ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

11
93

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୭) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଳିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ ହୋଇଯାଇଛି lWhatsApp Image 2023 07 11 at 18.27.53 1 ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଡି ପି ଏଚ ଓ ଡାକ୍ତର ମନୋଜ କୁମାର ଅଦାବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଏଡିପିଏଚଓ (ଟିବି ) ଡାକ୍ତର ପଦ୍ମହଂସା ଦୋରା,ଏଡିପିଏଚଓ (ଡି ସି /ଭିବିଡି) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ, ଡାକ୍ତର ପ୍ରକାଶ ଦନସେନା, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ l ଏହି ଅବସରରେ ଜିଲ୍ଲାର ୧୧ ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜନସଂଖ୍ୟା ବୃଦ୍ଧି ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ମାନପତ୍ର ଓ ଟ୍ରଫି ପ୍ରଦାନ ସହ ଅତିଥି ବୃନ୍ଦ ପୁରସ୍କୃତ କରି ଉତ୍ସାହିତ କରିଥିଲେ l

ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ସଚେତନତା ସଭାରେ ଅତିଥି ବୃନ୍ଦ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସାମ୍ପ୍ରତିକ ସମୟରେ ଜନସଂଖ୍ୟା ବୃଦ୍ଧି ବୈଶ୍ୱିକ ସମସ୍ୟା ହୋଇଥିବା ବେଳେ ଏହାକୁ ରୋକିବାକୁ ସମାଜ ର ପ୍ରତ୍ୟକ ସ୍ତରରେ ବ୍ୟକ୍ତିଗତ ଭାବେ ଆନ୍ତରିକ ସାମିଲ ହେବାକୁ ଆହ୍ୱାନ କରାଯାଇଛି l ପୁନଶ୍ଚ ଜିଲ୍ଲାର କୋଣ ଅନୁକୋଣ ରେ ବିଭିନ୍ନ ବର୍ଗରେ ବ୍ୟାପକ ସଚେତନତା ପୂର୍ବକ ଜନସଂଖ୍ୟା ବୃଦ୍ଧି କୁ ରୋକାଯାଇ ଏକ ସୁସ୍ଥ ସୁନ୍ଦର ଭାରତବର୍ଷ ଗଠନ କରାଯାଇପାରିବ ସେଥି ନିମନ୍ତେ ଅତିଥି ବୃନ୍ଦ ନିଜ ନିଜର ବହୁମୂଲ୍ୟ ମତପ୍ରକାଶ କରିଥିଲେ l

ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଡି ପି ଏମ ବିଶ୍ୱମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଏସ ଆଇ ମନୋଜ କୁମାର ପ୍ରଧାନ, ଡି ଏମ ଆର ସି ଏଚ ସୁଧାଂଶୁ ନାଏକ, ଡି ଡି ଏମ ପ୍ରଦୀପ ସାହୁ,ଏଏମସିପି ତରଣୀ ସେନ ପ୍ରଧାନ ଓ ଏମପିଏଚ ଏସ (ଏମ) ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଅନୁଷ୍ଠିତ ସଭାରେ ଷ୍ଟାଫ ନର୍ସ, ନର୍ସିଙ୍ଗ ଛାତ୍ର ଛାତ୍ରୀ, ଆଶା କର୍ମୀ, ଜିଲ୍ଲାର ବିଭିନ୍ନ ସିଏଚସି ଓ ପିଏଚସି ର ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଙ୍କ ସହ ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l

11 COMMENTS

Comments are closed.