1. Big News: ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
67
ମାଁ ମାଣିକେଶ୍ଵରୀ

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା, (୨୫/୦୭) : ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସ୍ଥିତ ଦଣ୍ଡାସି ସାହି ଛକରେ ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦର ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ ଏବଂ ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ମିଶ୍ରଙ୍କ ତତ୍ବାବଧାନରେ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 24 at 17.51.46 1. Big News: ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦ ଗୁଡ଼ାରୀ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ, ମୂଖ୍ୟ ଅତିଥି ଭାବେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଭି.ପ୍ରସାଦ ରାଓ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦିବ୍ୟସିଂହ ମିଶ୍ର, ଶିକ୍ଷାବିତ ଓ ସାହିତ୍ୟିକ ଶ୍ରୀ ବାଳକୃଷ୍ଣ ମିଶ୍ର, ଆଦର୍ଶ ଶିକ୍ଷକ, କବି, ଆଲୋଚକ ଓ ପ୍ରାବନ୍ଧିକ ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ମଞ୍ଚାସୀନ ରହିଥିବା ବେଳେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଧୂପଦୀପ ନୈବେଦ୍ୟ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷିରେ ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦର ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀଙ୍କ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ଶ୍ରୀ ବାଳକୃଷ୍ଣ ମିଶ୍ର କଳା ପରିଷଦର ଗଠନ ଓ କାର୍ଯ୍ୟକାରୀ ତଥା ବାର୍ଷିକ ବିବରଣୀ ପଠନ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ କଳା ପରିଷଦ ପକ୍ଷରୁ ବିଧାୟକ ଶ୍ରୀ ଗମାଙ୍ଗଙ୍କ ଦ୍ଵାରା ଗୁଡ଼ାରୀର ବରପୁତ୍ର ସମ୍ମାନ ସ୍ବର୍ଗତ ରାମନାଥ ପାଣିଗ୍ରାହୀଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ଶିକ୍ଷାବିତ ଓ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମିଶ୍ରଙ୍କୁ ସାହିତ୍ୟ ଓ ସଂସ୍କୃତି ସମ୍ମାନ, ଶେଷ୍ପ ନିଷ୍ଠାପର ସମ୍ମାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦିବାକର ମହାଙ୍କୁଡ, ଭୂମିପୁତ୍ର ସମ୍ମାନ ଶ୍ରୀ ହୃଷୀକେଶ ରଥ, ବଣମଲ୍ଲୀ ସମ୍ମାନ ଶ୍ରୀ ମନୋଜ କୁମାର ସେନାପତି, ନିଃସ୍ଵାର୍ଥପର ସେବା ସମ୍ମାନ ୧୦୨ ଜନନୀ ସୁରକ୍ଷା ଡ୍ରାଇଭର ଶ୍ରୀ ଡି ସୁରେଶ କୁମାର, ଏବଂ ଶ୍ରୀ ଶୁଭ୍ରାଂଶୁ ରଥଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଅଭିଭାଷଣ ପରେ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ଜନ ସାଧାରଣ ଉପସ୍ଥିତ ରହିଥିବା ବେଳେ ସଂଯୋଜିକା ଶିକ୍ଷୟିତ୍ରୀ ଶ୍ରୀମତି ବେବିରାଣୀ ନନ୍ଦ ପରିଚାଳନା କରିଥିଲେ ।