ପ୍ରେସକ୍ଲବ ଓ ସୌଣ୍ଡିକ ସମାଜ ତରଫରୁ ଏସଡିପିଓ ଓ ଆଇଆଇସିଙ୍କୁ ବିଦାୟୀ ସମ୍ବର୍ଦ୍ଧନା

0
54

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୨୬/୭) : ରାୟଗଡା ଜିଲ୍ଲା ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ପ୍ରେସକ୍ଲବ ଓ ସୌଣ୍ଡିକ ସମାଜ ତରଫରୁ ମୁନିଗୁଡା ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ପାଇଁ ମୁନିଗୁଡା ପ୍ରତି ସେବା, ସମ୍ମାନ ସୁରକ୍ଷା, ସମର୍ପଣରେ ବିଦାୟ  କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁନିଗୁଡା ପ୍ରେସକ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଡ଼ିଓ ପ୍ରିତମ କୁମାର ତନ୍ତୀ, ସମ୍ମାନିତ ଅତିଥିଭାବେ ରେଞ୍ଜର ପ୍ରସନ୍ନ କୁମାର ମିଶ୍ର, ସୌଣ୍ଡିକ ସମାଜର ସଭାପତି କେଶବ ସାହୁକାର, ପ୍ରେସକ୍ଳବର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର, ଅମ୍ବାଦଳାର ଥାନା ଅଞ୍ଚଳରେ ଲୋକପ୍ରିୟ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଓ ମୁନିଗୁଡା ଥାନା ଅଞ୍ଚଳର ଲୋକପ୍ରିୟ ଆଇଆଇସି ସୁଜ୍ଞାନୀ ସାହୁଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ଏବଂ କର୍ତ୍ତବ୍ୟ ପରାଣୟତା ପାଇଁ ବିଦାୟୀ କାଳୀନ ସମ୍ବର୍ଦ୍ଧନା କରିବା ସହ ପୁଷ୍ପଗୁଛ, ଉପ ଢୋଉଙ୍କନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ l ଏହି ଅବସରରେ ମୁନିଗୁଡା ପ୍ରେସ କ୍ଳବର ବରିଷ୍ଠ ସଦସ୍ୟ ମନୋରଞ୍ଜନ ଦଳାଇ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ କନକ ଟିଭିର ଜିଲ୍ଲା ପ୍ରତିନିଧି ସିମାଞ୍ଚଳ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ l ଉକ୍ତ ମାନପତ୍ର ଗୁଡିକୁ ପ୍ରେସକ୍ଳବର ମନୋରଞ୍ଜନ ଦଳାଇ ଓ ନନ୍ଦ କିଶୋର ପଟ୍ଟନାୟକ ପଠନ କରିଥିଲେ l

ପରେ ଅତିଥି ମାନେ ବିଦାୟୀ ଦୁଇ ଦକ୍ଷ ଅଧକାରୀଙ୍କୁ ନେଇ ମୁନିଗୁଡାରେ ତାଙ୍କର ଚାକିରୀ ସମୟର ବିଭିନ୍ନ ସ୍ମୁର୍ତିକୁ ନେଇ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ଥାନା ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିବା ବେଳେ କେବଳ ଗଞ୍ଜେଇ ମାଫିଆଙ୍କୁ ସାବଡ଼ କରିବା ସହ ଟ୍ରାଫିକ ସମସ୍ୟା, ସଡ଼କ ସୁରକ୍ଷାର ସଚେତନତା ଏବଂ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ପରିଚୟ ପତ୍ର ପ୍ରଦାନ ସହ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ସଚେତନତା କାର୍ଯ୍ୟକ୍ରମ କରି ବହୁ କ୍ଷେତ୍ରରେ ପ୍ରଶଂସା ସାଉଁଟିଥିଲେ l ଚାକିରୀ ଜୀବନରେ ବଦଳୀ ଓ ଅବସର ନିଶ୍ଚିତ କିନ୍ତୁ ନିଜ କାର୍ଯ୍ୟ ସମୟରେ ଏକ ଦକ୍ଷ ପ୍ରଶାସକ ଭାବେ ପ୍ରଶଂସା ସାଉଁଟିବା ସମସ୍ତଙ୍କ ପକ୍ଷରେ ହୋଇନଥାଏ ବୋଲି ପ୍ରକାଶ କରିଥିଲେ l

ଶେଷରେ ବିଦାୟୀ ଦୁଇ ଅଧିକାରୀ ସେମାନଙ୍କ ବିଦାୟୀ ଅଭିଭାଷଣ ଦେବା ବେଳେ ସେମାନଙ୍କ କାର୍ଯ୍ୟକାଳରେ ସାମ୍ବାଦିକ ବନ୍ଧୁଙ୍କ ସମେତ ମୁନିଗୁଡାବାସୀ ଓ ବିଭିନ୍ନ ଅନୁଷ୍ଠାନ ଠାରୁ ପାଇଥିବା ଅକୁଣ୍ଠ ସହଯୋଗ, ସମ୍ମାନ, ଭଲପାଇବା କଥା କହିବା ବେଳେ ଭାବ ବିହୁଳ ହୋଇଯାଇଥିଲା । ଶେଷରେ ପ୍ରେସକ୍ଳବର ସହ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ପ୍ରେସକ୍ଳବର ରାଧେଶ୍ୟାମ ଅଗ୍ରୱାଲ, ପ୍ରମୋଦ ସାହୁକାର,ନରେଶ ପାତ୍ର, ଲାଡି ଶଙ୍କର, ରାଜେଶ ସାହୁ, ଧନୁ କୁସୁଲିଆ, ଇଶ୍ୱର ରାଓ,ଚନ୍ଦ୍ରଶେଖର ପଣ୍ଡା, କୈଳାଶ ଲାବଲା, ହାଡ଼ିପା ଗୌଡ଼, ସନାତନ ନାୟକ, ଦକ୍ଷ ବାତ୍ରା, ସୁଦିପ ମିଶ୍ର, ରଘୁନାଥ ବେହେରା, କ୍ଷମା ସାଗର ଦାସ, ଆନନ୍ଦ ଟାକ୍ରୀ, ଅନନ୍ତ ନାରାୟଣ ଦୁର୍ଗା, ସୁକାନ୍ତ ସେଠିଙ୍କ ସମେତ ସୌଣ୍ଡିକ ସମାଜର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l