୭୫୦ କେଜି ଗଞ୍ଜେଇ ସହ ଟ୍ରକ ଜବତ, ଜଣେ ଗିରଫ : ପଦ୍ମପୁର ପୋଲିସକୁ ବଡ଼ ସଫଳତା

0
89

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୧/୭) : ଗଞ୍ଜେଇ ମାଫିଆଙ୍କ କାଳ ସାଜିଛି ପଦ୍ମପୁର ପୋଲିସ । ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପଦ୍ମପୁର ପୋଲିସକୁ ମିଳିଛି ବଡ ସଫଳତା ।WhatsApp Image 2023 07 31 at 17.26.37 1 ୭୫୦ କେଜି ଗଞ୍ଜେଇ ସହ ଟ୍ରକ ଜବତ, ଜଣେ ଗିରଫ : ପଦ୍ମପୁର ପୋଲିସକୁ ବଡ଼ ସଫଳତା

ପଦ୍ମପୁର ଥାନା ପୋଲିସ ଟିମ ଅପରାହ୍ନ ସମୟରେ ପେଟ୍ରୋଲିଂ କରୁଥିବା ବେଳେ NH – ୩୨୬ କେନ୍ଦୁଗୁଡା ଆଉଟପୋଷ୍ଟ ନିକଟରେ ଗଜପତି ଜିଲ୍ଲାର ଅଡବା ପଟୁ ଏକ ଗୋଖାଦ୍ୟ ବୋଝେଇ ଟ୍ରକ ନମ୍ବର CG – ୦୪ – MU – ୩୫୬୭ ଦୃତ ଗତିରେ ଆସୁଥିବାର ଦେଖି ସନ୍ଦେହରେ ଅଟକାଇଥିଲେ । ଯାଞ୍ଚ ସମୟରେ ୧୨୦ ପ୍ୟାକେଟ ଗୋଖାଦ୍ୟ ସହ ୨୫ ଟି ପ୍ଲାଷ୍ଟିକ ବ୍ୟାଗରେ ୭୫୦ କେଜି ଗଞ୍ଜେଇ ଥିବାର ଦେଖିଥିଲେ । ଏହି ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରିବାରେ ସଫଳ ହୋଇଛି ପଦ୍ମପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ୫୪୦ ଟଙ୍କା, ୧୨୦ ପ୍ୟାକେଟ ଗୋଖାଦ୍ୟ , ୨୫ ପ୍ୟାକେଟରେ ୭୫୦ କେଜି ଗଞ୍ଜେଇ , ତିନୋଟି ମୋବାଇଲ ଫୋନ, ସହ ଚାଲାଣରେ ବ୍ୟବହୃତ ଟ୍ରକ ଜବତ ହୋଇଛି । ସୂଚନା ମୁତାବକ ଗଞ୍ଜେଇ ମାଫିଆ ମାନେ ବର୍ତମାନ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବାର ଦେଖିବାକୁ ମିଳୁଛି ।

ଅଭିଯୁକ୍ତ ଇନସାଫ ଅଲି ଖାନ (୩୨) ଇସଲାମ ପୁର, ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ତେବେ ସେ ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଅଞ୍ଚଳର ସଞ୍ଜୀବ ଶବର ଠାରୁ ନେଇ କୈଲାର୍ସ,ମୋରିନା ମଧ୍ୟପ୍ରଦେଶ ଅଞ୍ଚଳର ରଜାକ ଖାନ ମେୱ‌ତି @ ୟୁସୁଫ ଭାଇ ନିକଟରେ ପହଞ୍ଚାଇବାର ଥିଲା ବୋଲି ଅଭିଯୁକ୍ତ ବୟାନ ଦେଇଛି । ଏ ସମ୍ପର୍କରେ ପଦ୍ମପୁର ଥାନାରେ ଏନ ଡି ପି ଏସ ଆକ୍ଟ ରେ କେସ ନମ୍ବର ୧୦୦ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପଦ୍ମପୁର ପୋଲିସର ଏପରି ଆକ୍ସନ ମୁଡ୍ ଯୋଗୁଁ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେହିପରି ପଦ୍ମପୁର ପୋଲିସ ପେଟ୍ରୋଲିଙ୍ଗ୍ ଆହୁରି କଡ଼ାକଡି କରିଛି । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଗୁଣପୁର ଏସ ଡି ପି ଓ ଅମୁଲ୍ୟ ଧର ସୂଚନା ଦେଇଛନ୍ତି ।