ବିଷକ୍ରୀୟା ରେ ଯୁବକ ର ଶୋଚନୀୟ ମୃତ୍ୟୁ

0
54

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୩) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବୁଢିପଦର ଗ୍ରାମ ର ଘାସିରାମ ଭୋଇ ନାମକ ଜଣେ ଯୁବକ ଙ୍କ ବିଷକ୍ରୀୟା ଯୋଗୁଁ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣା ଯାଇଛି ।

ସୂଚନାନୁଜାୟୀ ସିନ୍ଧେକେଲା ଥାନା ଅଧୀନସ୍ଥ ବୁଢିପଦର ଗ୍ରାମ ର ଉକ୍ତ ମୃତ ଯୁବକ ଘାସିରାମ ଘରେ ଚାଷ ପାଇଁ ବ୍ୟବହୃତ ହେଉଥିବା କୌଣସି ପ୍ରକାର ସାର ପିଇ ଦେଇ ନିଜ ବାଇକ ରେ ସିନ୍ଧେକେଲା ଯିବାକୁ ବାହାରି ଥିବା ବେଳେ ଗାଡି ରୁ ପଡ଼ି ଗୁରୁତର ହୋଇ ପଡ଼ିଥିଲେ । ଲୋକେ ପ୍ରଥମେ ନିକଟସ୍ତ ଜାମଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ । ସେଠି ଡାକ୍ତର ଅବସ୍ଥା ଗୁରୁତର ଥିବାରୁ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିଲେ । ହେଲେ ଡାକ୍ତର ଖାନା ପହଞ୍ଚିବା ବେଳକୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଉକ୍ତ ଯୁବକ କେଉଁ କାରଣରୁ ବିଷ ପାନ କଲା ନାଁ ଅନ୍ୟକିଛି କାରଣ ରହିଛି ସେ ନେଇ ସିନ୍ଧେକେଲା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଗତ କାଲି ବିଳମ୍ବିତ ରାତ୍ରୀ ରୁ ବର୍ତମାନ ସୁଦ୍ଧା ଉକ୍ତ ମୃତ ଶବ ନିକଟରେ କେହି ନ ଥିବା ଏବଂ ସବ ବ୍ୟବଚ୍ଛେଦ କରାଯାଇ ନ ଥିବା ନେଇ ସ୍ଵେଚ୍ଛାସବୀ ମହଲ ଅସନ୍ତୋଷ ପ୍ରକାଶ ପାଇଛି ।