ଝାଡ଼ଖଣ୍ଡରୁ ରାଇରଙ୍ଗପୁର ଚାଲାଣ କରୁଥିଲେ ବଜ୍ରକାପ୍ତା, ୮ ଧରାପଡ଼ିଲେ

0
54

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୨/୦୮) : ଝାଡ଼ଖଣ୍ଡରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚାଲାଣ ହେଉଥିଲା ବଜ୍ରକାପ୍ତା । ବାଟରେ ଧରିଲା ବନ ବିଭାଗ

ବଜ୍ରକାପ୍ତା ଚୋରା ଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଇଛି । ସେମାନଙ୍କ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଲେଖାଏଁ ବୁଲେଟ ଓ ସ୍କୁଟି ସହ ୮ ଟି ମୋବାଇଲ ଜବତ ହୋଇଛି । ଶିମିଳିପାଳ ସାଉଥ ଡିଭିଜନ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ରାଇରଙ୍ଗପୁର ନିକଟରୁ ଏହି ବଜ୍ରକାପ୍ତା ଓ ବନ୍ୟଜନ୍ତୁ ଚୋରା କାରବାର ରାକେର୍ଟକୁ କାବୁ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀ ସମ୍ରାଟ ଗୌଡା କହିଛନ୍ତି, ସେମାନେ ଏହି ବଜ୍ରକାପ୍ତାକୁ କାହାକୁ ବିକିଥାନ୍ତେ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ରାଇରଙ୍ଗପୁର ଏବଂ ଝାଡାଖଣ୍ଡ ଅଞ୍ଚଳର ବ୍ୟକ୍ତିମାନେ ଅଛନ୍ତି ।