1. Big News: ରାଜଧାନୀରେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା

0
69
ରାଜଧାନୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୮) : ରାଜଧାନୀରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ ।

ସେପଟେ ରାଜଧାନୀରେ କମିଶନରେଟ୍‌ ପୁଲିସ୍‌ ଏନେଇ ମୁହଁ ଖୋଲୁନଥିବା ବେଳେ ଯୁବତୀଙ୍କ ବ୍ୟାଗ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଭଦ୍ରକ ଜିଲ୍ଲା କୁଆବାଗ ଗାଁ’ର ଶୁଭଲକ୍ଷ୍ମୀ ସାହୁ ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍‌ରେ ଲକ୍ଷ୍ମୀସାଗର କଟକ ରୋଡ୍‌ରେ ଥିବା ଏକ ହୋଟେଲକୁ ଆସିଥିଲେ । ସେ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ । ତା’ପରଠାରୁ ସେ କବାଟ ଖୋଳିନଥିଲେ । ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ । ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ । ସେତେବେଳେ ଫ୍ୟାନ୍‌ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ ।

ଓଢ଼ଣୀରେ ଝୁଲି ପଡ଼ିଥିଲେ ଲକ୍ଷ୍ମୀପ୍ରିୟ। ହୋଟେଲ୍‌ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ । ପୁଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଛି ପୁଲିସ୍‌ । ଆସନ୍ତା କାଲି ପରିବାର ଲୋକ ଆସିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି । ଭୋରୁ ଭୋରୁ ହୋଟେଲ ଆସି କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ? ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି ।