1. Best News: ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ସ୍ମାରକ ପତ୍ର

0
66
ଉତ୍କଳ ପ୍ରାଥମିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୮) : ରାଜ୍ୟ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ଡାକରା କ୍ରମେ ଓଡିଶା ରାଜ୍ୟର ସମସ୍ତ ବ୍ଲକରେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି ।

ରାଜ୍ୟର ସମସ୍ତ ଉତ୍କଳ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦୀର୍ଘ ଦିନ ର ଦାବୀ ପୁରଣ ହୋଇ ନ ଥିବାରୁ ଆଜି ବ୍ଲକ ସ୍ତରରେ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ମାନଙ୍କ କୁ ଠିକା ପ୍ରଥା ଉଚ୍ଛେଦ , ପୁରୁଣା ପେନସେନ ଲାଗୁ, ୬ ଟି ନୋଶନାଲ ଇନ୍କ୍ରିମେଣ୍ଟ ସହ କେନ୍ଦ୍ରୀୟ ଦରମା ହାର ରେ ଦରମା ପ୍ରଦାନ ଇତ୍ୟାଦି ବିଭିନ୍ନ ଦାବୀ ନେଇ ଏହି ଦାବୀପତ୍ର ଦିଆଯାଇଛି । ଆସନ୍ତା ୧୧ ତାରିଖରେ ଜିଲ୍ଲା ସ୍ତର ରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦିଆଯିବ ।

ଆସନ୍ତା ୧୫ ତାରିଖ ସୁଦ୍ଧା ଦାବୀ ଗୁଡିକ ସରକାର ପୂରଣ ନ କଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ରୂ ସମସ୍ତ ସ୍କୁଲ ବନ୍ଦ କରି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସମୂହ ଛୁଟିରେ ରହି ନିଜର ଦାବୀ ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଙ୍ଘ ତରଫରୁ ସୂଚନା ଦିଆ ଯାଇଛି । ପ୍ରାଥମିକ ଶିକ୍ଷକ ସଙ୍ଘ (ଏନ ପି ଏସ) ର ସଭାପତି ଶ୍ରୀ ଗୋପାଳ ରାଓ କାର୍ଯ୍ୟ କାରୀ ସଭାପତି ଶ୍ରୀ ଜଗଦୀଶ ପାତ୍ର ଏହାର ର ନେତୃତ୍ୱ ନେଇଥିଲେ ।