1. Big News: ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ସଂଘର ବୈଠକ ଅନୁଷ୍ଠିତ

0
79
ଦକ୍ଷିଣ ଓଡ଼ିଶା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୭/୮) : ଆଜି ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକ ସଂଘ Mid Day Meal WORKERS (AICCTU) ତରଫରୁ ବିଭିନ୍ନ ସମସ୍ୟା କୁ ନେଇ ରାମନାଗୁଡା ବ୍ଲକ ର ଚାକୁଣ୍ଡା ହାଟପଦା ଠାରେ ଏକ ବୈଠକ କରାଯାଇଛି ।WhatsApp Image 2023 08 07 at 09.23.22 1. Big News: ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ସଂଘର ବୈଠକ ଅନୁଷ୍ଠିତ

ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ସଂଘର ବୈଠକରେ ଚଳିତ ଅଗଷ୍ଟ ମାସ ୨୭ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଏବଂ ପାଚିକା ଓ ସହାୟିକା ମାନଙ୍କ ନ୍ୟାର୍ଯ୍ୟ ଅଧିକାର ର ଲଢ଼େଇ ଆଗକୁ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ବୈଠକରେ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେଗୁଡିକ ହେଲା ପାଚିକା ଓ ସହାୟିକା ମାନଙ୍କୁ ସ୍ଥାୟୀ କରିବା, ମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥା କୁ ଦେବା ବନ୍ଦ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରିବା, ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରିବା , ପାଚିକା ଓ ସହାୟିକା ମାନଙ୍କୁ ମାସିକ ବେତନ ୨୬ ହଜାର ଟଙ୍କା ପ୍ରଦାନ ।

ପେନସନ ଯୋଜନାରେ ସାମିଲ କରିବା ସହ ବର୍ଷକୁ ଦୁଇ ଗୋଟି ସୁତା ଲୁଗ ଯୋଗାଇଦେବା, ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ଓ ଅବସର କାଳୀନ ବାଦ ପଡିଥିବା ପାଚିକା ମାନଙ୍କୁ ଭତ୍ତା ପ୍ରଦାନ କରିବା, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରି ନୁତନ ଶିକ୍ଷା ନୀତି ୨୦୨୦ କୁ ବାତିଲ୍ କରିବା ସହ ନୁତନ ଭାବେ ନିଯୁକ୍ତି ପାଉଥିବା ପାତିକାଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବାକୁ ସ୍ଥିର କରାଗଲା । ଆଜିର ଏହି ବୈଠକରେ ପାଚିକା ଓ ସହାୟିକ ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଦ୍ମା ଶବର, ପ୍ରତିମା ଶବର, ପ୍ରଭାକର ବିଡିକା, ମଥୁରା ଶବର, ଉର୍ମିଲା କଣ୍ଡାଗରି ପ୍ରମୁଖ ସହଯୋଗ କରିଥିଲେ ।