1. Big News: ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନଙ୍କ ଯୋଗଦାନ

0
82
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୭/୮) : ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ରାମେଶ୍ୱର ପ୍ରଧାନ ଓଏଏସ (ବରିଷ୍ଠ) ଆଜି କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେ ଆଜି ନିଜ ନିଯୁକ୍ତି ପତ୍ର ରାୟଗଡା ଜିଲ୍ଲାପାଳଙ୍କୁ ପ୍ରଦାନ କରି ନିଜ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ଏଥି ପୂର୍ବରୁ ପଡୋଶୀ କୋରାପୁଟ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ପାଖାପାଖି ୨ବର୍ଷ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିଲେ ।

ସେ ମାଲକାନଗିରି ଜିଲ୍ଳାରେ ଉପଜିଲ୍ଳାପାଳ ଭାବେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱ ତୁଲାଇ ଥିଲେ । ବର୍ତମାନ ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ବିକାଶରେ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହେବା ପରେ କୋରାପୁଟ ଜିଲ୍ଲା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କୁ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହୋଇଥିଲା ।