1. Best news : ବିଶ୍ଵ ଆଦିବାସୀ ଦିବସ ପାଳିତ

0
60
ବିଶ୍ଵ ଆଦିବାସୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୯/୮) : ବିଶ୍ଵ ଆଦିବାସୀ ଦିବସ ସମାରୋହ ଉପଲକ୍ଷେ ବିଷମକଟକ କଲ୍ୟାଣ ମଣ୍ଡପ ଠାରେ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଅଛି lWhatsApp Image 2023 08 10 at 11.04.01 1 1. Best news : ବିଶ୍ଵ ଆଦିବାସୀ ଦିବସ ପାଳିତ

ଏହି ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ଅଞ୍ଚଳର ହଜାର ହଜାର ଆଦିବାସୀ ଏକାଠି ହୋଇ ପାରମ୍ପରିକ ବେଶଭୁଷା ବାଦ୍ୟରେ ପ୍ରଥମେ ସହର ପରିକ୍ରମା କରିଥିଲେ ପରେ କଲ୍ୟାଣ ମଣ୍ଡପଠାରେ ପହଞ୍ଚି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଧନା ଦେବାପରେ ଆଦିବାସୀ ରିତିନିତି ପରମ୍ପରା ଅନୁଯାୟୀ ପୂଜା କରାଯାଇଥିଲା l ପ୍ରତ୍ୟକ ବର୍ଷ ଅପେକ୍ଷା ଏହି ବର୍ଷର ଆକର୍ଷଣ ଅତି ନିଆରା ହେବାସହ ଆଦିବାସୀ ପରମ୍ପରା ଓ ଇତିହାସକୁ ବଜାୟ ରଖିବା ମୂଳ ଉଦ୍ଦେଶ୍ୟ l ସଚେତନତା ଓ ନିରକ୍ଷରତା ଯୋଗୁଁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସେମାନେ ଜାଣିପାରୁନଥିଲେ l

ଏହି ଆଦିବାସୀ ଦିବସ ମାଧ୍ୟମରେ ବିଷମକଟକ ବ୍ଲକର ୨୧ ଟି ପଞ୍ଚାୟତର ଭାଇ ଭଉଣୀ ମାନଙ୍କୁ ଏକତ୍ରୀତ କରି ସେଚତନତା କରାଇବା ଆଦିବାସୀଙ୍କ ଗୌରବକୁ ଚିରଦିନ ସ୍ମରଣୀୟ କରିବା ହେଉଛି ମୂଳଲକ୍ଷ୍ୟ ବଲି କହିଛନ୍ତି ଆଦିବାସୀ ସଭାପତି ଅଙ୍ଗଦ କୁଟ୍ରୁକା l ସେହିପରି ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ରବିନ୍ଦ୍ର ପାଲକା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦିବାସୀ ପରମ୍ପରା କିପରି ବଜାୟ ରହିବ ଯୁବ ଗୋଷ୍ଠୀଙ୍କୁ ଅନୁପ୍ରାଣୀତ କରିବା ହିଁ ଉଦ୍ଦେଶ୍ୟ ବୋଲି କହିଛନ୍ତି l