1. Best news : ବେଆଇନ ବନ୍ଧୁକ କାରବାରରେ ଗିରଫ ହେଲେ ବିଜୁ ଯୁବ ଛାତ୍ର ନେତା

0
66
ବେଆଇନ ବନ୍ଧୁକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୦/୦୮) : ବେଆଇନ ବନ୍ଧୁକ କାରବାରରେ ଗିରଫ ହେଲେ ବିଜୁ ଯୁବ ଛାତ୍ର ନେତା ।

ସମ୍ବଲପୁର ବିଜେଡି ଯୁବ ଛାତ୍ର ଜିଲ୍ଲା ଉପସଭାପତି ଏମଡି ଜାଭେଦ ଅଖତାର ବେଆଇନ ବନ୍ଧୁକ କାରବାରରେ ଗିରଫ ହୋଇଛନ୍ତି । ଏହାସହ ଅନ୍ୟ ୨ ଜଣ ମଧ୍ୟ ଗିରଫ । ଏମାନଙ୍କଠୁ ୨ ଟି ବନ୍ଧୁକ ସହ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଦୀର୍ଘ ବର୍ଷ ହେଵ ବିହାର ରାଜ୍ୟର ମୁଙ୍ଗେର ଅଂଚଳରୁ ଏମାନେ ଦେଶୀ ବନ୍ଧୁକ ଆଣି ସମ୍ଵଲପୁରରେ କାରାବାର କରୁଥିଲେ । ବିଜେଡି ନେତା ବେଆଇନ ଵନ୍ଧୁକ କାରାବାର ମାଷ୍ଟର ମାଇଣ୍ତ ଥିଵା ପୋଲିସ କହିଛି । ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।