1. Best news : ଦେଶୀ ବନ୍ଧୁକ ଉଦ୍ଧାର, ପୋଲିସର ତଦନ୍ତ ଜାରି

0
65
ଦେଶୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୦/୦୮) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜିଡିହାରୁ ପ୍ରାୟ ଦୁଇ କିମି ପାହାଡ଼ ଉପରେ ପଥର ଖୋଲ ଓ ଗଛନଟା ମଧ୍ୟରୁ ୭ଟି ଦେଶୀ ବନ୍ଧୁକ ଉଦ୍ଧାର କରାଯାଇଛି ।

ଉଦ୍ଧାର ଦେଶୀ ବନ୍ଧୁକକୁ ବନବିଭାଗ ଠାକୁରମୁଣ୍ଡା ଥାନାରେ ହସ୍ତାନ୍ତର କରିଛି । ଚମ୍ପାଝର ଫରେଷ୍ଟର କିଶୋର ମହାନ୍ତିଙ୍କ ସୂଚନା ଅନୁସାରେ ଠାକୁରମୁଣ୍ଡାର ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଵନଵିଭାଗର କର୍ମଚାରୀ ଓ ଚମ୍ପାଝର ଗ୍ରାମପଞ୍ଚାୟତ ର ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ପୋଲିସ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସୂଚନା ଅନୁଯାୟୀ ପ୍ରଥମେ ଗୋଟିଏ ବନ୍ଧୁକ ପାଇଥିଲେ l

ସନ୍ଦେହରେ ପରେ ଖୋଜାଖୋଜି କରିବାରୁ ଆଉ ୬ ଟି ବନ୍ଧୁକ କୁ ଉଦ୍ଧାର କରି ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ l ତାପରେ ବନ୍ଧୁକ ଗୁଡିକ ଠାକୁରମୁଣ୍ଡା ଥାନାରେ ଜିମା ଦିଆଯାଇଛି l ଗତ ଜୁଲାଇ ୩୧ ତାରିଖରେ ବେଆଇନ ବନ୍ଧୁକ ପୋଲିସ ନିକଟରେ ଜିମା ଦେବାକୁ ଏସପି ସମୟ ଧାର୍ଯ୍ୟ କରିଥିଲେ l ସମୟ ସୀମା ସରିବା ପରେ ପୋଲିସ ଯାଞ୍ଚ କଡାକଡି କରିଥିବାରୁ ଶିକାରୀ ଭୟଭୀତ ହୋଇ ବନ୍ଧୁକ ଅଜଣା ସ୍ଥାନରେ ରଖି ଦେଉଛନ୍ତି l ଯାହା ଆଜି ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ଭେଜିଡିହା ଗ୍ରାମ ପାଖ ପାହାଡ଼ରେ ଦେଖିବାକୁ ମିଳିଛି l

ଶିମିଳିପାଳ ଅଭୟାରଣ୍ୟ ରେ ଅବାଧ ପଶୁ ଶିକାର ନେଇ ପୁର୍ବରୁ ଅଭିଯୋଗ ହୋଇଆସୁଥିଲା l ଯାହା ଶିମିଳିପାଳ ଅଭୟାରଣ୍ୟରେ ୨ ଅଧିକାରୀଙ୍କୁ ଶିକାର କରିବା ପରେ ପୋଲିସ ଓ ଵନଵିଭାଗ ମିଳିତ ଭାବରେ ଏଭଳି ଯୋଜନା ପ୍ରସ୍ତୁତ କରିଥିଲେ । ଯାଞ୍ଚକୁ ଆହୁରି କଡାକଡି ହେଲେ ଅଭୟାରଣ୍ୟ ରେ ଶିକାର କମିବ ବୋଲି ଚର୍ଚ୍ଚା ହେଉଛି l ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଏବଂ ସରପଞ୍ଚଙ୍କ ଉଦ୍ୟମ ରେ ଏତେ ପରିମାଣ ରେ ବନ୍ଧୁକ ଜବତ ହୋଇଥିବା ରୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।