1. Best News : ବାଇକ ଧକ୍କା ଦେବାରୁ ଚାଲିଗଲା ମହିଳାଙ୍କ ଜୀବନ

0
53
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୨/୦୮) : ବାଇକ ଧକ୍କା ଦେବାରୁ ଚାଲିଗଲା ମହିଳାଙ୍କ ଜୀବନ । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକ କୃଷକ ବଜାର ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଧକ୍କା ଦେଇଥିବା ବାଇକ ଚାଳକକୁ ଉଠେଇ ନେଲା ବିଡାନାସୀ ଥାନା ପୋଲିସ । ମୃତ୍ୟୁବରଣ କରିଥିବା ମହିଳା ଜଣକ କୃଷକ ବଜାର ଅଞ୍ଚଳର ଶାନ୍ତିଲତା ନାୟକ । ସ୍କୁଲରୁ ନିଜ ପିଲାକୁ ନେଇ କୃଷକ ବଜାର ଛକ ରାସ୍ତା ପାର ହେବା ସମୟରେ ବାଇକ ତାଙ୍କୁ ଧକ୍କା ଦେଇଥିଲା । ମୃତକ ମହିଳା ପର ଘରେ ବାସନ ମାଜି ଘର ଚଳାଉଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ପିଲାଙ୍କ ରକ୍ଷଣାବେକ୍ଷଣା ଦାୟିତ୍ଵ ସରକାର ନିଅନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଘଟଣା ସ୍ଥଳରେ ପହଞ୍ଚିଛି ବିଡାନାସୀ ଥାନା ପୋଲିସ । ସ୍କୁଲରୁ ନିଜ ପିଲାକୁ ନେଇ କୃଷକ ବଜାର ଛକ ରାସ୍ତା ପାର ହେବା ସମୟରେ ବାଇକ ତାଙ୍କୁ ଧକ୍କା ଦେଇଥିଲା । ମୃତକ ମହିଳା ପର ଘରେ ବାସନ ମାଜି ଘର ଚଳାଉଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ପିଲାଙ୍କ ରକ୍ଷଣାବେକ୍ଷଣା ଦାୟିତ୍ଵ ସରକାର ନିଅନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଛି ବିଡାନାସୀ ଥାନା ପୋଲିସ ।