1. Best News : ଓଡିଶା ସରକାରଙ୍କ ତରଫରୁ ୧୨ ଦିନିଆ ନବୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
77
ଓଡିଶା

ରିପୋର୍ଟ : ଗୋପୀନାଥ ଗୌଡ
ରାୟଗଡା, (୧୩/୦୮) : କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରା, ଭୁବନେଶ୍ବର କେନ୍ଦ୍ର, ଓଡିଶା ସରକାରଙ୍କ ତରଫରୁ ୧୨ ଦିନିଆ ନବୀକରଣ କାର୍ଯ୍ୟକ୍ରମ ୦୧/୦୮/୨୦୨୩ ତାରିଖ ରେ ଆରମ୍ଭ ହୋଇ ୧୨/୦୮/୨୦୨୩ ତାରିଖରେ ସମାପ୍ତ ହୋଇଥିଲା ।WhatsApp Image 2023 08 12 at 19.22.23 1. Best News : ଓଡିଶା ସରକାରଙ୍କ ତରଫରୁ ୧୨ ଦିନିଆ ନବୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

୦୧/୦୮/୨୦୨୩ ତାରିଖ ଉଦ୍ଘାଟନ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ଆଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରଞ୍ଜନ କୁମାର ଦାଶ ଓ ହିନ୍ଦୀ ସଂସ୍ଥାନ ଆଗ୍ରା ର ପ୍ରଫେସର ଶ୍ରୀ ଚନ୍ଦ୍ର ପ୍ରତାପ ସିଂ ଡାକ୍ଟର ଲକ୍ଷ୍ମୀଧର ଦାଶ ୧୨ ଦିନ ହିନ୍ଦୀ ଶିକ୍ଷା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଯାହା ହିନ୍ଦୀ ଶିକ୍ଷା ଓ ଶିକ୍ଷକଂକ ପାଇଁ ବହୁତ ଲାଭଦାୟକ ଥିଲା । ଏହି ଶିକ୍ଷଣ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ରାୟଗଡା ଠାରେ ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବୁ ପ୍ରକାର ସହଯୋଗ କରିଥିଲେ । ଏଥିରେ ସମଗ୍ର ରାୟଗଡା ଜିଲ୍ଲାର ୭୩ ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୨/୦୮/୨୦୨୩ ସମାପନ କାର୍ଯ୍ୟକ୍ରମ ରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଡକ୍ଟର ରଞ୍ଜନ ଦାଶ, ପ୍ରୋଫେସର ଚନ୍ଦ୍ରପ୍ରତାପ ସିଂ,ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସାଧୁବାଦ ଜଣାଇଥିଲେ । ସମସ୍ତଙ୍କ ସହଯୋଗ ରେ ଶ୍ରୀ ଅଶୋକ କୁମାର ଦାଶ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।