1. Best News : ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ରେ ରୁଟ ଟୁ ରୁଟ କାର୍ଯ୍ୟକ୍ରମ

0
49
ସୋନପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : ସୋନପୁର ର କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ରୁଟ ଟୁ ରୁଟ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କଥକ ନୃତ୍ୟ ପରିବେଷଣ କରିଛନ୍ତି ।WhatsApp Image 2023 08 19 at 09.17.12 1 1. Best News : ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ରେ ରୁଟ ଟୁ ରୁଟ କାର୍ଯ୍ୟକ୍ରମ

ଏକ ସାଂସ୍କୃତିକ ଭାବ ବିନିମୟ ପାଇଁ ରୁଟ ଟୁ ରୁଟ ସାଂସ୍କୃତିକ ଅନୁଷ୍ଠାନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛି । ଏହି ଅବସରରେ ବିଭିନ୍ନ ସାମାଜିକ ,ସାଂସ୍କୃତିକ ଓ ଶିକ୍ଷା ଅନୁଷ୍ଠାନ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଅଂଚଳର ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରୁଛନ୍ତି ।

ସେହିପରି ଅନ୍ୟ ପ୍ରଦେଶ ଅବା ଦେଶର ବିଭିନ୍ନ ଅଞ୍ଚଳର ଲୋକ ନୃତ୍ୟ ଓ ଲୋକ ଗୀତ ଶିକ୍ଷା ଗ୍ରହଣ କରି ତାହାର ପ୍ରଚାର ପ୍ରସାର କରୁଛନ୍ତି । ତେବେ କେନ୍ଦ୍ରୀୟ ବିଦ୍ୟାଳୟ ପରି କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଦେଶର ଲୋକ ନୃତ୍ୟ ଓ ଲୋକ ଗୀତ ଆଦି ଶିକ୍ଷା ଗ୍ରହଣ କରି ତାହା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ତଥା ରାଜ୍ୟ ଓ ରାଜ୍ୟ ବାହାରରେ ବିଭିନ୍ନ ମଂଚରେ ପରିବେଷଣ କରୁଛନ୍ତି ।

ସହରର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ରୁଟ ଟୁ ରୁଟ କାର୍ଯ୍ୟକ୍ରମରେ ଜବଲପୁରରୁ ଆସିଥିବା କଥକ ନୃତ୍ୟ ପ୍ରଶିକ୍ଷକ ଅଖିଳେଶ ପଟେଲ କଥକ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପ୍ରଶିକ୍ଷକ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଅନୁମତି କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରକୁ ଆସି ଛାତ୍ରଛାତ୍ରୀଙ୍କ ମନୋରଂଜନ କରିଥିଲେ । ଏହି ନୃତ୍ୟ ସଂପର୍କରେ ନୃତ୍ୟ ଶିଳ୍ପୀ ଅଖିଳେଶ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପ୍ରଦାନ କରିଥିଲେ ।

ଏହି କଥକ ନୃତ୍ୟ ପରିବେଷଣ କରି ନୃତ୍ୟ ଶିଳ୍ପୀ ଛାତ୍ରଛାତ୍ରୀଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ ।ତେବେ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଓଡିଶା ରାଜ୍ୟର ହୋଇ ଥିଲେ ହେଁ ବିଭିନ୍ନ ସମୟରେ ପ୍ରାଦେଶିକ ଓ ବାହାର ରାଜ୍ୟର ନୃତ୍ୟ ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ରୁଟ ଟୁ ରୁଟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଭରପୂର ମନୋରଂଜନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ଚେତନା ଋଦ୍ଧିମନ୍ତ କରିଛି ନିଶ୍ଚୟ ।