1. Best News : ଆଦିବାସୀ ଙ୍କ ବିକାଶ ପାଇଁ ମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଙ୍କ ଆଲୋଚନା

0
64
ଆଦିବାସୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୮/୮) : ଆଦିବାସୀଙ୍କ ବିକାଶ ପାଇଁ ଆଜି ଓଡିଶା ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଟିଟିଲାଗଡ଼ ସ୍ଥିତ ବାସଭବନ କାର୍ଯ୍ୟାଳୟ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବ୍ରଜ ମୋହନ ବିଶିଙ୍କ ସହିତ ଏକ ଆଲୋଚନା ହୋଇଯାଇଛି l

ଓଡିଶା ସରକାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବଲାଙ୍ଗିର ଜିଲ୍ଲାକୁ ସାମିଲ କରି ଆଦିବାସି ମାନଙ୍କ ବିକାଶ କୁ ଦ୍ବିଗୁଣିତ କରିବାର ଯୋଜନା କୁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରଶଂସା କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ଜଳ, ଜଙ୍ଗଳ, ଜୀବନ ଜୀବିକାର ବିକାଶ ହେବା ସହିତ ଆଦିବାସି ସଂସ୍କୃତି ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଐତିହ୍ୟ, ପୂଜାପୀଠ ସ୍ଥଳି ଗୁଡିକର ସୁରକ୍ଷା, ସଂରକ୍ଷଣ ପୁନଃରୁଦ୍ଧାର ହେବ ।

ଆଦିବାସି ମାନଙ୍କ ଜାନୀ ଯାତ୍ରା, ପର୍ବପର୍ବାଣୀ, ଚାଳିଚଳଣୀ ପ୍ରଥ ପରମ୍ପରା, ରୀତିନୀତି, ଭାଷା ଧର୍ମ, ମ୍ୟୁଜିୟମ, କଲ୍ୟାଣ ମଣ୍ଡପ, ସାମାଜିକ ଭବନ, ଗୋଷ୍ଠି ଗୃହ, ଲାଇବ୍ରେରୀ ହଳ, ପାରମ୍ପରୀକ ବଜାର ହାଟ, ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଆଦି ପାଇଁ ସୁବିଧା ହେବ ଯାହାକି ଆଦିବାସିଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ହେବ ।

ଦେଶର ତଳ ସ୍ତରରେ ଥିବା ଆଦିବାସି ସମ୍ପ୍ରଦାୟର ସାମୁହିକ ବିକାଶ ସାମୁହିକ ସ୍ୱାର୍ଥ ସୁରକ୍ଷା ଦିଗରେ ପରିଷଦ ସୁରକ୍ଷା କବଚ ଭଳିଆ କାର୍ଯ୍ୟ କରିବ l ଆଦିବାସି ମାନଙ୍କ ବିକାଶ ପାଇଁ ସମସ୍ତ ଆଦିବାସୀ ଏକଜୁଟ ହୋଇ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ସାମିଲ କରିବାକୁ ମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଶୋଇଙ୍କୁ ପରାମର୍ଶ ଦେଇଥିଲେ l