1. Best News : ପାଣିରେ ବୁଡ଼ି ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ

0
55
ପାଣିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୨୨/୦୮) : ପାଣିରେ ବୁଡ଼ି ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲା ବୋଡେନ ଥାନା ବୁଢାପରାରେ ଅଘଟଣ ଘଟିଛି ।

ବୁଢାପଡା ଅପଗ୍ରେଡ ହାଇସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର କେଶବ ଜଗତଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସ୍କୁଲର ଖାଇବା ଛୁଟି ପରେ ସାଙ୍ଗ ସାଥୀମାନଙ୍କ ସହ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଛାତ୍ର ଜଣକ ବୁଡ଼ି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଖଡ଼ିଆଳ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସ୍କୁଲ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଗ୍ରାମବାସୀ । ତେବେ ଖଡ଼ିଆଳ – ବୋଡେ଼ନ ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛନ୍ତି ।