1. Big News : ଛେଳି ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

0
51
ଛେଳି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୫/୦୮) : ଛେଳି ଚୋରି କରି ନେଉଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ। ଉଭୟଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମାରେ ଦେଲେ ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ । ବୁଧବାର ଅପରାହ୍ନରେ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନସ୍ଥ କେନ୍ଦୁଗାଡି ଗାଁ’ର ଜୈନକ ବ୍ୟକ୍ତିଙ୍କ ଏକ ଛେଳି କୁ ଦୁଇ ଜଣ ଯୁବକ ଚୋରି କରି ନେଇ ମଟର ସାଇକେଲ ଯୋଗେ ଫେରାର ହୋଇଯାଉଥିଲେ । ଏହି ସମୟରେ ଦୁଇ ଯୁବକ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ପରେ ସଂପୃକ୍ତ ଯୁବକଙ୍କୁ ଅଟକାଇ କେଉଁଠୁ ଛେଳି ଆଣିଲ ବୋଲି ପଚରାଉଚରା କରିଥିଲେ । ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ପରେ ଗ୍ରାମବାସୀ ଚୋରକୁ ନିର୍ଧୂମ ମାଡ଼ ମାରିଥିଲେ । ପରେ ପୁଲିସକୁ ଖବର ଦେଇଥିଲେ ।

ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରକୁ ନିର୍ଧୂମ ମାଡ଼ ମାରିଥିଲା । ପରେ ଖୁଣ୍ଟା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚୋରକୁ ଗ୍ରାମବାସୀ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ପରେ ଛେଳି ମାଲିକ ଓ ପୁଲିସକୁ ଖବର ଦେଇଥିଲେ । ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରକୁ ନିର୍ଧୂମ ମାଡ଼ ମାରିଥିଲା । ପରେ ଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚୋରକୁ ଗ୍ରାମବାସୀ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି ।