1. Big News : ପିଙ୍କ ହ୍ଵାଟ୍ସଆପ ଖେଳାଇଛି ଆତଙ୍କ

0
75
ପିଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୮) : ପିଙ୍କ ହ୍ଵାଟ୍ସଆପ ଖେଳାଇଛି ଆତଙ୍କ : ଦେଶ ଓ ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ସୋସିଆଲ ମିଡିଆ ମାଧ୍ୟମରେ ଲୋକେ ବଡ଼ ଧରଣର ଠକାମୀର ଶିକାର ହେଉଛନ୍ତି ।

ଏବେ ପୁଣି ହ୍ବାଟ୍ସ ଆପ ଜରିଆରେ ଠକେଇ ଚାଲିଛି । ଆପଣ ଯେଉଁ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି ତାହାର ଲୋଗୋ ହେଉଛି ଗ୍ରୀନ ମାନେ ସବୁଜ ରଙ୍ଗର । କିନ୍ତୁ ଆମେ ଆଜି ଆପଣଙ୍କୁ କହୁଛ ପିଙ୍କ ହ୍ଵାଟ୍ସଅପ କଥା । ଏହା ଏବେ ଚାରିଆଡେ ଆତଙ୍କ ଖେଳାଉଛି । ଏହାକୁ ବ୍ୟବହାର କରିଥିଵା ଲୋକେ ଠକାମି ଓ ଲୁଟର ଶୀକାର ହେଉଛନ୍ତି ।

ସାଇବର ଠକ ମାନେ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କୁ ଅଧିକ ଫିଚର ଥିବା ପିଙ୍କ ହ୍ଵାଟ୍ସଅପକୁ ଡାଉନଲୋଡ କରିବାକୁ ବାଧ୍ୟ କରୁଛନ୍ତି । ଲିଙ୍କ ଜରିଆରେ ପିଙ୍କ ହ୍ଵାଟ୍ସଆପକୁ ଡାଉନଲୋଡ କରିଵା ମାତ୍ରେ ଫୋନର ସମସ୍ତ କଣ୍ଟ୍ରୋଲ ସାଇବର ଠକଙ୍କ ହାତକୁ ଯାଉଛି । ଗୁରୁତ୍ଵପୁର୍ଣ୍ଣ ଵ୍ୟାଙ୍କ ତଥ୍ୟ, ଗୋପନୀୟ ଫାଇଲ, ବ୍ୟକ୍ତିଗତ ଫଟୋ, ଭିଡିଓ ସହ ଫୋନରେ ଥିଵା ସବୁ ତଥ୍ୟ ସାଇବର ଲୁଟେରା ନେଇ ଯାଉଛନ୍ତି । ଫଳରେ ବ୍ଲାକମେଲିଂ କରି ପଇସା ହାତଉଛନ୍ତି । ଏଭଳିକି ଆପଣଙ୍କ ଆକାଉଣ୍ଟରୁ ମଧ୍ୟ ପଇସା ଗୋଲ ହେବାର ସମ୍ଭାବନା ରହିଛି ।

ସାଇବର ଠକ ମାନେ ପିଙ୍କ ହ୍ଵାଟ୍ସ ଆପ ବ୍ୟବହାରକୁ ବଢ଼ାଇବା ପାଇଁ ମେସେଜ ମାଧ୍ୟମରେ ଆପର ସମ୍ପ୍ରସାରଣ କରୁଛନ୍ତି । ବନ୍ଧୁ ତଥା ପରିବାରବର୍ଗଙ୍କୁ ଏହି ଠକ ଆପକୁ ଶେୟାର କରିବାକୁ ସାଇବର ଲୁଟେରା ପ୍ରବର୍ତ୍ତାଉଛନ୍ତି । ତେବେ କେବଳ ଆଣ୍ଡ୍ରଏଡ ୟୁଜର୍ସ ଏହି ଠକାମିର ଶୀକାର ହେଉଛନ୍ତି । କାରଣ ଆଇଫୋନ ୟୁଜର୍ସ ଲିଙ୍କ କିମ୍ଵା କୌଣସି ଡାଉନଲୋଡିଙ୍ଗ ପ୍ଲାଟଫର୍ମରୁ ଅପରିଚିତ ଆପ୍ସ ଡାଉନଲୋଡ କରିପାରିବେ ନାହିଁ ।

ସାଇବର ଠକଙ୍କ ଲୁଟର ନୂଆ ଯୋଜନା ଉପରେ ସାଇବର ପୋଲିସର ନଜର ରହିଛି । ସାଧାରଣ ଲୋକଙ୍କୁ ସତର୍କ କରାଇଵା ପାଇଁ ସର୍ତକତା ଜାରି ହୋଇଛି । ମୁମ୍ଵାଇ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରୁ ଠକାମି ଘଟଣା ଗୁଡିକ ସାମ୍ନାକୁ ଆସିଛି । ତେବେ କୌଣସି ଆପ ଡାଉନଲୋଡ କରନ୍ତୁନି । ସବୁବେଳେ ସତର୍କ ରହିଥାନ୍ତୁ ।