ଡାଇରିଆ ରେ ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ, ଉପ ଜିଲ୍ଲାପାଳ ଙ୍କ ସହାୟତା ପ୍ରଦାନ

0
59
ଡାଇରିଆ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ ସିନ୍ଧେକେଲା, (୨୯/୦୮) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଓ ତେଲସରାଇ ଗ୍ରାମରେ ଡାଇରିଆ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶୁସିଲା ଚନ୍ଦନ ଓ ମମତା କହଁରଙ୍କ ପରିବାର କୁ ଭେଟି ସାନ୍ତ୍ବନା ଦେବାସହ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କଲେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ

ଡାଇରିଆ ରେ ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ, ଉପ ଜିଲ୍ଲାପାଳ ଙ୍କ ସହାୟତା ପ୍ରଦାନ : ସେହି ସମୟରେ ସିନ୍ଧେକେଲା ସରପଞ୍ଚ ମଧ୍ଯ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ତଥା ମୃତକଙ୍କ ପରିବାର ଓ ଆଖପାଖରେ ରହୁଥିବା ଲୋକଙ୍କୁ ସଚେତନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ପାଢୀ ସିନ୍ଧେକେଲା – ଟିଟିଲାଗଡ ରାସ୍ତାର ବସଷ୍ଟାଣ୍ଡ ନିକଟ ମୁଖ୍ଯ ରାସ୍ତାରେ ଯାଉଥିବା ସମୟରେ ରାସ୍ତା ପାର୍ଶ୍ବରେ କୁଢ,କୁଢ ଅଳିଆ ଆବର୍ଜନା ପଡିଥିବା ଦେଖି ବିରକ୍ତ ହେବାସହ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ ଙ୍କୁ ତୁରନ୍ତ ସଫା କରିବାସହ ଯୋଉ ମାନେ ଅଳିଆ ଆବର୍ଜନା ରାସ୍ତା ପାର୍ଶ୍ବରେ ପକାଉଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଦ୍ଦେର୍ଶ ଦେଇଥିଲେ ।

ଏକ ଡ଼ଷ୍ଟବିନର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଏହି ସମୟରେ ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ବର ଧରୁଆ, ଆରଆଇ ରାକେଶ ବେହେରା, ଆରଡବ୍ଲୁଏସଏସ ଜେଇ ସତ୍ଯ ସାରଦା ମହାନ୍ତି, ସିନ୍ଧେକେଲା ଏମଓଆଇସି ଡାକ୍ତର ବିଶ୍ବରଞ୍ଜନ ଖୁଣ୍ଟିଆ ,ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଳକ ସାଂସଦ ପ୍ରତିନିଧି ଅନିଲ ନାଏକ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାଇରିଆ ରେ ଆକ୍ରାନ୍ତ ରୋଗୀ ଅନେକ ସଂଖ୍ୟା ରେ ଭର୍ତ୍ତି ଥିବା ଓ ଅଧିକ ଗୁରୁତର ଅବସ୍ଥାରେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇ ଆସୁଥିବା ବେଳେ ଏହି ମୁଖ୍ୟ ଚିକିତ୍ସାଳୟ ରେ ଶଯ୍ୟା ଅଭାବରୁ ଭୂଇଁ ରେ ରୋଗୀ ଦୟନୀୟ ଅବସ୍ଥାରେ ଗଢିବା ଦେଖା ଯାଉଛି। ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ସୁବ୍ୟବସ୍ଥା କରିବା ଦାବି ହେଉଛି।