1. Top Crime: ମାନବ ଅଧିକାର କର୍ମୀ ପ୍ରଫୁଲ ସାମନ୍ତରାୟଙ୍କୁ ଖଲାସ କରିବାକୁ ଦାବି କଲା CPI (ML) ଲିବେରସନ

0
65
ମାନବ ଅଧିକାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୦/୮) : ରାୟଗଡ଼ା ସ୍ଵାଗତ ହୋଟେଲ ଠାରେ ମାନବ ଅଧିକାର କର୍ମୀ ଶ୍ରୀ ପ୍ରଫୁଲ ସାମନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ସାଧା ପୋଷାକ ଧାରି ପୋଲିସ ତାଙ୍କୁ ଗିରଫ କରିଛନ୍ତି ।

ମାନବ ଅଧିକାର କର୍ମୀ ପ୍ରଫୁଲ ସାମନ୍ତରାୟଙ୍କୁ ଖଲାସ କରିବାକୁ ଦାବି କଲା CPI (ML) ଲିବେରସନ : ଓଡିଶା ସରକାର ଏକ ଗଣତାନ୍ତ୍ରିକ ପରିବେଶରେ ଯେ ରାଜ୍ୟର ବିକାଶ ଚାହୁଁଛନ୍ତି , ତାହା ବିଶ୍ଵାସ କରାଯାଇ ନପାରେ । ସ୍ଥାନୀୟ ଲୋକେ ଏଭଳି ବିକାଶ ଚାହୁଁନଥିଲେ ବି‘ବିନାଶ’ ସେମାନଙ୍କ ଦ୍ଵାରଦେଶରେ ଆସି ହାଜର ହେଉଛି, କାରଣ ସେମାନଙ୍କ ଜମି, ଜଙ୍ଗଲ ଓ ପାହାଡକୁ ଧ୍ଵଂସ କରିବା ସରକାରଙ୍କ ଉଦ୍ଦେଶ୍ୟ ସାଜିଛି । ସରକାରଙ୍କ ଏଭଳି ଦମନମୂଳକ ବିକାଶ ନୀତିକୁ ଆମେ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଦୃଢ ନିନ୍ଦା କରୁଛୁ ବୋଲି ତ୍ରିପତି ଗମାଙ୍ଗ ସୂଚନା ଦେଇଛନ୍ତି ।

ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ପ୍ରସ୍ତାବିତ ଖଣି ଅଞ୍ଚଳରେ ସାଧା ପୋଷାକଧାରୀ ପୋଲିସ ଯେଉଁଭଳି ଭାବରେ ଲୋକମାନଙ୍କୁ ହଇରାଣ କରୁଛନ୍ତି ତାହା ରାୟଗଡା ଜିଲ୍ଲାର ଖଣି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ବିରୋଧ କରି ଆଜି ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ କରି ହୋଟେଲରେ ରହିଥିବାବେଳେ ରାୟଗଡା ପୋଲିସ ସାଧା ପୋଷାକରେ ଆସି ତାଙ୍କୁ ଉଠାଇନେଇ କେଉଁଠି ରଖିଛନ୍ତି ଜଣାପଡୁନି ।

ସିପିଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା ପକ୍ଷରୁ ଉକ୍ତ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ପ୍ରଫୁଲ୍ଲ ସାମନ୍ତରା ଙ୍କୁ ଖଲାସ କରିବା ଲାଗି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହାର ଘୋର ପ୍ରତିବାଦ କରାଯିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।