Best Health News: 5 ଜଣ ଡାକ୍ତର ନିଯୁକ୍ତ ଘୋଷଣା, ଜଣେ ଡାକ୍ତର ଆସି ଚାଲିଗଲେ, ଚିକିତ୍ସା ଅଭାବରୁ ଆଉ ଜଣେ ମୃତ

0
54
5 ଜଣ ଡାକ୍ତର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୦/୦୮) : 5 ଜଣ ଡାକ୍ତର ନିଯୁକ୍ତ ଘୋଷଣା, ଜଣେ ଡାକ୍ତର ଆସି ଚାଲିଗଲେ, ଚିକିତ୍ସା ଅଭାବରୁ ଆଉ ଜଣେ ମୃତ । ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଅଭାବରୁ ଆଉ ଜଣେ ରୋଗୀ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

5 ଜଣ ଡାକ୍ତର ନିଯୁକ୍ତ ଘୋଷଣା : ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଲମି ଗ୍ରାମର ଭ୍ରମର ଭୋଇ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଙ୍କୁ ଗତ ସୋମବାର ଦିନ ତାଙ୍କ ପରିବାର ଲୋକେ ଡାକ୍ତରଖାନା ଆଣି ଭର୍ତି କରିଥିଲେ । ହେଲେ ଗତ କାଲି ତାଙ୍କ ଅବସ୍ଥା ଗୁରୁତର ଥିବା ଡ଼ାକ୍ତର ପ୍ରକାଶ କରି ବଲାଙ୍ଗୀର ନେଇ ଯିବାକୁ କହିଥିଲେ । ପରିବାର ଲୋକେ ଆଜି ତାଙ୍କୁ ବଲାଙ୍ଗୀର ନେଇ ଯିବାକୁ ଦିନ ପ୍ରାୟ ୧୨ ଟା ରେ ବାହାରୁ ଥିବା ବେଳେ ସେ ଅଧିକ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲେ । ବିଶେଷ ଦ୍ରଷ୍ଟବ୍ୟ ଯେ,ବାରମ୍ୱାର ଏହି ଡାକ୍ତର ଖାନା ରେ ଆଇ ସି ୟୁ ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ଅଭାବରୁ ଏହି ଭଳି ଲୋକେ ମୃତ୍ୟୁ ବରଣ କରିଥାନ୍ତି ।

ସେହିପରି ଏ ଡାକ୍ତର ଖାନା ରେ ଭେଷଜ ବିଶେଷଜ୍ଞ ଡାକ୍ତର ସହ ଅନ୍ୟ ବିଭାଗ ର ପାଞ୍ଚ ଜଣ ଡାକ୍ତର ନିଯୁକ୍ତ କରାଯାଇଥିବା ପ୍ରକାଶ ପାଇଛି। ହେଲେ କେବଳ ଭେଷଜ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ ରେ ଯୋଗ ଦେଇ ଚାଲିଯାଇଛନ୍ତି । ସେହିପରି ପୂର୍ବରୁ ଏଭଳି ବିଭିନ୍ନ ଡାକ୍ତର ଆସି ଅନ୍ୟତ୍ର ସ୍ଥାନାନ୍ତର ହୋଇ ଚାଲିଯିବା ଦେଖାଯାଉଛି । ଔଷଧ ବିଶେଷଜ୍ଞ ଡ଼ାଃ ପ୍ରଦିପ ନାଏକ ତଥା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ନିଜେ ଉକ୍ତ ରୋଗୀ ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗୁରୁତର ସହ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି ।