1. Best Farewell: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

0
66
ଜିଲ୍ଲାପାଳଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୮) : ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟlଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୈକୁଣ୍ଠ ନାଥ ଛୁଆଳ ସିଂଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ : ସଭା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତlରେ ଏବଂ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ମଧୁସ୍ମିତା ବେହେରାଙ୍କ ଉପସ୍ଥିତରେ ସ୍ଥାନୀୟ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ, ଅନୁବିଭାଗୀୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରାଙ୍କ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଜନାବ ଶେଖ ଆଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେକ୍ସନ ବିପ୍ର ଚରଣ ସ୍ୱାଇଁ,ଅଫିସର ଟୁନା ରଙ୍ଗୋଲି, ବବିତା ପଣ୍ଡା, ବୀର ଦଳେଇ ,ସମସ୍ତ ବରିଷ୍ଠ ରାଜସ୍ବ ସହାୟକ, ସମସ୍ତ କନିଷ୍ଠ ରାଜସ୍ୱ ସହାୟକ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଯୋଗଦାନ କରି ସମ୍ବର୍ଦ୍ଧନା ଦେଇଥିଲେ ।

ବିଦlୟୀ ଛୁଆଳ ସିଂ ଜଣେ ସମୟନୁବର୍ତ୍ତୀ, ନମ୍ର, ଶାନ୍ତ, କର୍ମଠ ଓ ସରଳ ବିଶ୍ୱାସୀ ଥିଲେ । ଶ୍ରୀ ସିଂ ଦୀର୍ଘ ୩୬ ବର୍ଷ କାର୍ଯ୍ୟ କାଳରେ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ ।ସମସ୍ତେ ତାଙ୍କର ଅବସରକାଳୀନ ଜୀବନର ଶୁଭ କାମନା କରିଥିଲେ ।