ଜମିଜମା ବିବାଦକୁ କେନ୍ଦ୍ର କରି ଘଟିଛି ହତ୍ୟା

0
83
ଜମିଜମା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୨/୦୯) : ଜମିଜମା ବିବାଦକୁ କେନ୍ଦ୍ର କରି ବଡ ଭାଇ ଗଳା କାଟି ହତ୍ୟା କଲା ସାନ ଭାଇ । ଏଭଳି ବିଭତ୍ସ ହତ୍ୟା କାଣ୍ଡ ଘଟିଛି ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ।

ସୂଚନା ଅନୁଯାୟୀ ପଦାପଶି ଗ୍ରାମର ଖଜୁରୀ କିସାନ ଓ ସାନଭାଇ ଲୋକନାଥ କିସାନ ମଧ୍ୟରେ ଦୀର୍ଘଦିନ ହେବ ଜମିଜମା ଘଟଣାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଖଜୁରୀ କିସାନ ନିଜ ଘରେ ଖଟରେ ସୋଇଥିବା ବେଳେ ସାନ ଭାଇ ଲୋକନାଥ କିସାନ ଏକ ଧାରୁଆ ଟାଙ୍ଗିଆରେ ଖଜୁରୀ କିସାନର ଗଳା କାଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଜୁରୀ କିସାନକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଅନ୍ୟପଟେ ହତ୍ୟାକାରୀ ସାନଭାଇ ଖମାର ଥାନାରେ ନିଜକୁ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି । ଏ ବାବଦରେ ଖମାର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।