କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

0
65
କଲେଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୩/୦୯) : କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣା ଘଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ -ଧୂମାଭଟା ରାସ୍ତାର କଲେଜ ଗେଟ ସମ୍ମୁଖରେ । ମୃତ ଛାତ୍ରୀ ଜଣକ ହେଲେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସ୍ମିତା ଶୁଭଦର୍ଶନୀ ପ୍ରଧାନ ।

ଗତକାଲି ସକାଳେ ସ୍ମିତା ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ । ଏହି ସମୟରେ କଲେଜ ଗେଟ ସମ୍ମୁଖରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ସ୍ମିତାଙ୍କୁ ଧକ୍କା ଦେଇଥିଲା । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ରଶ୍ମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକତ୍ସାଧିନ ଅବସ୍ଥାରେ ରଶ୍ମୀଙ୍କର ମୃତ୍ୟୁ ଘଟିଥିଲା । ପାଟଣାଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି । ଏହା ସହ ଘଟଣାର ତଦନ୍ତ କରୁଛି ।