ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଧାରଣା

0
53
ପ୍ରାଥମିକ ଶିକ୍ଷକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୪/୦୯) : ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘ ଗତ ୩୧ ଜୁଲାଇ ରେ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷୟିତ୍ରୀ ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବି ପୂରଣ ପାଇଁ ଏକ ବିଶାଳ ରାଲିରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ସଚିବ ଙ୍କ ସହିତ ଆଲୋଚନା ରେ ଅସନ୍ତୁଷ୍ଟ ପ୍ରକାଶ କରି ଧାରଣା ଓ ପ୍ରତିବାଦ ଏକ ମାସ ପର୍ଯ୍ୟନ୍ତ ଅବ୍ୟାହତ ରଖିଛି । ପ୍ରକାଶ ଥାଉକି ଗତ ତା: ୧-୦୩-୨୦୧୭ ମସିହାରୁ ଆଠ ବର୍ଷ ପୂରଣ କରିଥିବା ଗଣଶିକ୍ଷକ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ ମଧ୍ୟ ଓଟିଇଟି ଆଳରେ ସେମାନଙ୍କୁ ଇଂକ୍ରିମେଣ୍ଟ ରୁ ବଂଚିତ କରାଯାଇଛି ଏବଂ ୩୦୦୦ରୁ ଉର୍ଦ୍ଧ୍ବ ଗଣଶିକ୍ଷକ ନିୟମିତ ରୁ ବଂଚିତ ହୋଇ ରହିଛନ୍ତି । ଯେଉଁମାନେ ନିୟମିତ ହୋଇଛନ୍ତି ଏକ୍ସ -କ୍ୟାଡର ରେ ଅବସ୍ଥାପିତ ହୋଇଛନ୍ତି l

ସମଗ୍ର ଶିକ୍ଷା କୁ ହୋଇଥିବା ଡେପୁଟେସନକୁ ବାତିଲ କରିବା ସହ ତା ୦୧-୦୩-୨୦୧୭ ରୁ ସମସ୍ତଙ୍କୁ କ୍ୟାଡ଼ର ଭୁକ୍ତ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ସପ୍ତମ ବେତନ କମିଶନର ବର୍ଦ୍ଧିତ ବକେୟା ୫୦% ଦରମା ପ୍ରଦାନ ଇତ୍ୟାଦି ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ରାଜ୍ୟର ସମସ୍ତ ୨୨ହଜାର ପରିବାରରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତା:୨୫-୦୭-୨୦୧୬ ର ନିର୍ଦେଶନମା ଅନୁଯାୟୀ ଲେଭେଲ ଭି ଏଲିମିଣ୍ଟେରୀ ଶିକ୍ଷକ ହୋଇଥିଲେ ମଧ୍ୟ ଫେଷ୍ଟିଭଲ ଏଡଭାନ୍ସ,ଆରସିଏମ,ଏଚବିଏ ,ଏମସିଏ ଓ ସିଆରସିସି ଚୟନ ପ୍ରକ୍ରିୟା ରୁ ବଞ୍ଚିତ କରାଯାଉଛି ।

ଏ ସମ୍ପର୍କରେ ଜିଲ୍ଲା ଓ ବ୍ଲକ ସ୍ତର କୁ ଏକ ସ୍ପଷ୍ଟ ନିର୍ଦେଶନମା ପ୍ରେରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ମହାସଚିବ ହାନେସ ପାତ୍ର ବାଗ କୋଷାଧ୍ୟକ୍ଷ ବିଜୟ ମିଶ୍ର କହିଛନ୍ତି । ଆଜି କୋରାପୁଟ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସନାତନ ବିଷୋୟୀ ଓ ଜିଲ୍ଲା ସଂପାଦକ ଶିବ ପଟ୍ଟନାୟକ, ସୁଜିତ ସାହୁ,ଚୋଡ଼ଗଙ୍ଗ ବିଷୋୟୀ, ଜଗଦୀଶ ବାବୁ ଓ ସମସ୍ତ ବ୍ଲକର କାର୍ଯ୍ୟକର୍ତା ଙ୍କ ନେତୃତ୍ୱରେ ଶହ ,ଶହ ଶିକ୍ଷକଶିକ୍ଷୟିତ୍ରୀ ଧାରଣାରେ ରହିଛନ୍ତି ।

ସରକାର ଏକ୍ସକ୍ୟାଡ଼ର ଶିକ୍ଷକ ଓ ଗଣଶିକ୍ଷକଙ୍କ ପ୍ରତି କରିଥିବା ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ଜୟନ୍ତୀଲାଲ ସାହୁ, ଅଲେଖ ସାହୁ, ରାଜୀବ ଲୋଚନ ପ୍ରଧାନ, ସୁରେନ୍ଦ୍ର ମଲ୍ଲିକ, ପ୍ରମୋଦ ବେହେରା,ସପ୍ତମ ବେହେରା, ମିଡିଆ କୋଆର୍ଡିନେଟର ରଂଜୁ ଅମାତ ପ୍ରମୁଖ ଏକ ପ୍ରେସ ବିବୃତିରେ କହିଛନ୍ତି । ପୂର୍ବ ଯୋଜନା ମୁତାବକ ରାଜଧାନୀ ମାଟିରେ ଜୀଵନ-ମରଣ ଲଢେଇ ହେବ ଏବଂ ନବୀନ ନିବାସକୁ ୨୨ ହଜାର ଶିକ୍ଷକ ପରିବାର ଯିବାକୁ ଯୋଜନା ରହିଛି । ସମସ୍ୟାର ନହେଲେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡ଼ର ମହାସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ କହିଛନ୍ତି ।