ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ପୋଷ୍ଟର

0
108
ପ୍ରଫୁଲ୍ଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସାଲି ପଞ୍ଚାୟତର ତିନୋଟି ସ୍ଥାନରେ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ଉକ୍ତ ପୋଷ୍ଟର ଗୁଡିକ ରାଜୀବଗାନ୍ଧୀ ଜନସେବା କେନ୍ଦ୍ର, ପଞ୍ଚାୟତ ଓ ପୁରୁଣା ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପାଚେରୀରେ ଲାଗିଥିବା ଦେଖିବାକୁ ମିଳିଛି । ସେଥିରେ ଆଦିବାସୀଙ୍କୁ ଆଢୁଆଳ କରି କୋଟିପତି ହୋଇଥିବା ବ୍ୟକ୍ତି ଜଣକ ପ୍ରଫୁଲ୍ଲ ସାମନ୍ତରା, ଦେଶର ପ୍ରଗତିକୁ ବିରୋଧ କରି ଅନ୍ୟ ଦେଶ ଠାରୁ ପଇସା ଖାଇ ଦେଶଦ୍ରୋହି ଭଳି କାମ କରୁଛି । ଏନଜିଓ ନାମରେ ଟଙ୍କା ହଡପ କରୁଛି । ଅଷ୍ଟ୍ରେଲିଆ ଦେଶର କମ୍ପାନୀକୁ ଫାଇଦା ଦେବା ପାଇଁ ଆମ୍ଭ ନିରୀହ ଆଦିବାସୀ ଙ୍କୁ ବ୍ୟବହାର କରୁଛି । ଆମେରିକା ଯାଇ ଛଅ କୋଟି ଟଙ୍କା ବେପାର କରି ଓଡ଼ିଶାର ଖଣି ଖଦାନ କୁ ନିରୀହ ଆଦିବାସୀଙ୍କୁ ଆଗକୁ ଠେଲି ପାଉଛି,ଏଭଳି କାମ କରି ମଝିରେ ଦୁଇ କୋଟି ଟଙ୍କା ଅଷ୍ଟ୍ରେଲିଆ କମ୍ପାନୀକୁ ଫାଇଦା ପହଞ୍ଚେଇବା ପାଇଁ ନେଇଛନ୍ତି ।

କାରଣ ଭାରତ ରେ ଖଣି ବନ୍ଦ ହେଲେ ବାହାର ଦେଶରୁ ଖଣି ଉତ୍ତୋଳନ ପାଇଁ ବାଧ୍ୟ ହେବେ ଭାରତର କାର୍ଯ୍ୟରତ କମ୍ପାନୀ । ନିୟମଗିରି ଖଣିକୁ ବିରୋଧ କରି ବାହାର ଦେଶରୁ କୋଟି କୋଟି ଟଙ୍କା କମେଇ କାରୁଛି । ପାହାଡିଆ ନିରୀହ ଆଦିବାସୀ ଙ୍କୁ ଭୁଆଁ ବୁଲାଇ ଗରଦାରୀ କାମ କରୁଛି । ସମାଜସେବା ନାମରେ ବା ଖଣି ବିଷୟରେ ହେଉ ଗଣମାଧ୍ୟମ କୁ ନିଜର ମନ୍ତବ୍ୟ ଦେଇ ଆମର କିଛି ନିରୀହ ଆଦିବାସୀଙ୍କୁ ଭୁବନେଶ୍ୱର ନେଇ ପ୍ରଲୋଭିତ କରି ତାଙ୍କୁ ଉସୁକେଇ ତାଙ୍କ ମାଧ୍ୟମରେ ପ୍ରତିବାଦ ସଭାକରି କୋଟି କୋଟି ଟଙ୍କା ଲୁଟୁଛନ୍ତି ପ୍ରଫୁଲ୍ଲ ସାମନ୍ତରା ।

ପୁଲିସ ବିଭାଗ ଏଭଳି ଦେଶଦ୍ରୋହୀ ଲୋକ ଯିଏ କି ନିରୀହ ଗରିବ ଖଟିଖିଆ ଆଦିବାସୀ ଙ୍କୁ ପ୍ରଲୋଭିତ ଦେଖାଇବା ସହ ତାଙ୍କୁ ଉସୁକେଇବା ମାମଲାର ତଦନ୍ତ କରି ଏହି ଲୁଟେରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମ ଭଳି ନିରୀହ ଆଦିବାସୀଙ୍କୁ ନ୍ୟାୟ କରିବା ଆମର ଦାବୀ ଶେଷରେ ଓଡ଼ିଶା ଜାଗୃତି ଆଦିବାସୀ ମଞ୍ଚ ଓ ନିୟମଗିରି ଯୁବ କମିଟି ବୋଲି ଉଲ୍ଲେଖ ରହିଛି ।