ଗାଈ ପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍; ୧୦ ମୃତ

0
68
ଗାଈ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୦/୦୯) : ଗାଈ ପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍ । ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା କିଛି ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂ ଝରଣ ଗାଁ ନିକଟରେ ଥିବା ରେଳ ଧାରଣାରେ ।

ଗତକାଲି ଗାଈ ପଲ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଗାଈ ଆହତ ହୋଇଥିଲେ । ଆଜି ରେଳବାଇ ପୁଲିସ ଓ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କ ମୃତଦେହକୁ ରେଳଧାରଣ ନିକଟରୁ ଉଦ୍ଧାର କରିଛନ୍ତି । ଟ୍ରେନ ଧକ୍କାରେ ଏତେ ସଂଖ୍ୟକ ଗାଈ ଗୁଡ଼ିକ ମୃତ୍ୟୁ ଘଟିବାକୁ ନେଇ ଗୋପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି ।