ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର

0
55
ହାତୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୧/୦୯) : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରଙ୍କ ମଧ୍ୟରେ ଜଣେ ଫରେଷ୍ଟର ଓ ଜଣେ ପ୍ରୋଟେକ୍ଟସନ ଆସିଷ୍ଟାନାସ କର୍ମଚାରୀ ଅଟନ୍ତି । କିଛି ଦିନ ଧରି ହାତୀ ଉପଦ୍ରବ ପାଇଁ ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ରବିବାର ରାତିରେ ହାତୀଙ୍କୁ ବାଟ କଢାଉଥିବା ବେଳେ ହାତୀ ଆକ୍ରମଣରେ ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ପିଏ ବନ କର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଛି ।