AISWF ର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ

0
59
AISWF

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୧/୯) : ଚଳିତ ମାସ ୯.୯.୨୩ ଓ ୧୦.୯.୨୩ ଦୁଇ ଦିନ ଧରି ଅଖିଳ ଭାରତ ସ୍କିମ ୱାର୍କରସ ଫେଡେରେସନ (AISWF) ପାଚିକା ଓ ସହାୟିକା ମହାସଂଘ, ଆଶା, ଅଙ୍ଗନବାଡି ମାନଙ୍କ ତରଫରୁ ବିହାର ର ରାଜଧାନୀ ପାଟନା ଠାରେ ସର୍ବ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି ।WhatsApp Image 2023-09-11 at 10.42.58 (1)

ସାରା ଦେଶରୁ ଶତାଧିକ ସଙ୍ଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଦେଶରେ ଶ୍ରମିକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଶ୍ରମ ଶୋଷଣ ବିରୁଦ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଓଡିଶାରୁ ସର୍ବ ଭାରତୀୟ ସ୍ତରରେ ଉପସଭାପତି ଭାବେ ମୁନି ଶବର ଓ ପଦ୍ମା ଶବର, ସବିତା ବରଜ ଙ୍କୁ ସର୍ବ ଭାରତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l