ଯୁବକଙ୍କ ଉପରକୁ ଗୁଳିମାଡ଼ : ୮ ଅଟକ

0
61
ଯୁବକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୯) : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତନାଘନା ଆରମ୍ଭ କରିଛି ପୁଲିସ୍‌ ।

ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ ହୋଇଥିବା ଜଣାଯାଇଛି । ଗତକାଲି ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ବିନୟ କୁମାର ନାମକ ଯୁବକଙ୍କ ଉପରକୁ ଅତିର୍କିତ ଗୁଳି ମାଡ଼ ହୋଇଥିଲା । ଗୁଳି ବିନୟଙ୍କ ବାମ ହାତରେ ବାଜିଥିବା ବେଳେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସହଦେବ ଖୁଣ୍ଟା ପୁଲିସ ଘଟଣାର ତନାଘନା ଆରମ୍ଭ କରି ପୂର୍ବ ଶତ୍ରୁତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଜାଣିବାକୁ ପାଇଛି । ପୁଲିସ୍‌ ସୂଚନା ଅନୁଯାୟୀ, ଗୁଳି ମାଡ଼ର ଶିକାର ହୋଇଥିବା ବିନୟ କୁମାର ଓ ଗୁଳି ମାଡ଼ରେ ସମ୍ପୃକ୍ତ ଥିବା ୮ ଜଣ ସମସ୍ତେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ।

ସମସ୍ତଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଗତକାଲି ଉଭୟ ପକ୍ଷ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା । ଏହାପରେ ଅଟକ ଥିବା ଅସାମାଜିକ ଯୁବକମାନେ ସଙ୍ଗେସଙ୍ଗେ ବିନୟ କୁମାରଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା ଆସୁଥିବା ବେଳେ ଏବେଠୁ ବନ୍ଧୁକ ଫୁଟିବାରୁ ତାହା ପୁଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।