ଦୈନିକ ବଜାର କାଶ୍ମୀର ରାଜଧାନୀ ପରି ପରିବର୍ତନ

0
66
ଦୈନିକ ବଜାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୯) : ଯେଭଳି କାଶ୍ମୀର ରାଜଧାନୀ ଦୁଇଟି ସେହିଭଳି କାଶୀନଗର ଦୈନିକ ବଜାର ଦୁଇଟି ଏ ନେଇ ଲୋକେ ଆଲୋଚନା କରୁଛନ୍ତି ।

ଭାରତ ଦେଶ ରେ କାଶ୍ମୀର ଭଳି ଏଭଳି ଏକ ରାଜ୍ୟ ଅଛି ଯାହାର ଦୁଇଟି ରାଜଧାନୀ କାମ କରେ । ଖରା ଦିନ ରେ ଗୋଟେ ଓ ଶୀତ ଦିନ ରେ ଗୋଟେ ସେହିଭଳି ଗଜପତି ଜିଲ୍ଲା କାଶୀନଗର ରେ ଦୈନିକ ବଜାର ଦୁଇଟି, ଏଠି ବର୍ଷା ଦିନ ରେ ଗୋଟିଏ ବଜାର, ଓ ଶୀତ ଓ ଗ୍ରୀଷ୍ମ ରେ ଗୋଟିଏ ବଜାର କାମ କରେ, ଏବେ ଏ ନେଇ ଲୋକ ମାନେ ଆଲୋଚନା କରୁଛନ୍ତି । ଏହାର ସ୍ଥାୟୀ ସମାଧାନ କରିବାକୁ ହେଲେ ହରିଜନ ସାହି ନଦୀଘାଟ ଠାରୁ ଜଗନାଥ ମନ୍ଦିର ପର୍ଯ୍ୟନ୍ତ ଆନିକଟ ନିର୍ମାଣ ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କୁହାଯାଉଛି ।