କଟକରେ ଏନକାଉଣ୍ଟର

0
48
କଟକରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୬/୦୯) : କଟକରେ ଏନକାଉଣ୍ଟର । ଶୁକ୍ରବାର ରାତିରେ ଘଟି ଥିବା ଏହି ଏନକାଉଣ୍ଟରରେ କୁଖାତ ଡକାୟତ ମନୋଜ ମହାରଣା ଓରଫ ମଙ୍ଗୁ ଆହତ ହୋଇଛି ।

ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି ଗୁଳି ଏବଂ ଆହତ ଅବସ୍ଥାରେ ଏସସିବି କାଜୁଏଲଟିରେ ମନୋଜକୁ ଭର୍ତ୍ତି କରାଯାଇଛି । କଟକ ଭାଣପୁର ବାସିନ୍ଦା ମନୋଜ ମହାରଣା ଓରଫ ମଙ୍ଗୁ କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମୁଖ୍ୟ ଅଭିଯୁକ୍ତ ଥିଲା । ପୂର୍ବରୁ ମଧ୍ୟ ମଙ୍ଗୁକୁ ଏନକାଉଣ୍ଟର କରିଥିଲା ସଦର ଥାନା ପୋଲିସ । ଶୁକ୍ରବାର ରାତିରେ ସେ ଉତ୍ତମାପୁରରେ ଥିବା ଏକ ସ୍ଥାନରେ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ସେ ସଦର ଥାନା ଆଇ ଆଇ ସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା । ଫଳରେ ଆତ୍ମ ରକ୍ଷା ପାଇଁ ପୋଲିସ ମଙ୍ଗୁକୁ ଗୁଳି କରିଥିଲା ।