ପ୍ରିୟ ଶିକ୍ଷକ ନୀଳମାଧବ ଗୁରୁଙ୍କ ଦେହାନ୍ତ

0
52
ପ୍ରିୟ ଶିକ୍ଷକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୯) : ସଚେତନ ନାଗରିକ ମଞ୍ଚର ମାର୍ଗ ଦର୍ଶକ ନୀଳମାଧଵ ଗୁରୁ ଯିଏକି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଗ୍ରାମର ଅଟନ୍ତି ତାଙ୍କର ଦେହାନ୍ତ ହୋଇଯାଇଛି ।

ସେ କିଛି ବର୍ଷ ହେବ ସୁବର୍ଣ୍ଣପୁର ସହରର ଗୋକର୍ଣ୍ଣେଶ୍ୱର ପଡ଼ାରେ ଘରକରି ରହୁଥିଲେ । କିନ୍ତୁ ଗତକାଲି ତାଙ୍କ ଗୋକର୍ଣ୍ଣେଶ୍ୱର ପଡା ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି । ଯାହାକି ସମଗ୍ର ଜିଲ୍ଲାରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ, ଦୁଇ ବହୁ, ଝିଅ ଜ୍ବାଇଁ ନାତି ନାତୁଣୀ ତାଙ୍କ ପାଖରେ ଥିଲେ । ଏ ଖବର ପାଇବା ପରେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଯାଇ ଶେଷ ଦର୍ଶନ କରିଥିଲେ ।

ସନ୍ଧ୍ୟା ସମୟରେ ପଞ୍ଚରଥ ମନ୍ଦିର ପ୍ରାଙ୍ଗରଣରେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଦୁଇମିନିଟ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ସ୍ଵର୍ଗତ ଗୁରୁ ଙ୍କର ସୃତି ଚାରଣ କରିବା ସହ ସୁନା ମାଟିର ଜଣେ ଯୋଗ୍ୟ ସଂଗ୍ରାମୀ ସନ୍ତାନକୁ ଏ ମାଟି ହରାଇଲା ଯାହାକି ଅପୁରଣୀୟ କ୍ଷତି ଅଟେ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ପ୍ରକାଶ କରିଥିଲେ ।

ଚାକିରୀ ସମୟରେ ସର୍ବଦା ସେ ଶିକ୍ଷକ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ।ଅବସର ପରେ ମଧ୍ୟ ବିଭିନ୍ନ ସଂଘ ସହ ଜଡିତ ଥାଇ ସଚେତନ ନାଗରିକ ମଞ୍ଚର ଜଣେ ସକ୍ରିୟ ସଭ୍ୟ ଭାବରେ ନାଗରିକ ମଞ୍ଚକୁ ମାର୍ଗ ଦର୍ଶନ ଦେଇଆସୁଥିଲେ।ଆଜିର ଏହି ସୃତିଚାରଣ ସଭାରେ ସଂଘର ସଭାପତି ସିତାଂଶୁ ଶେଖର ମିଶ୍ର ଙ୍କ ସମେତ ବାଙ୍କାନିଧି ରାୟଗୁରୁ, ଦୁଃଖିରାମ ନାୟକ, ମହେଶ ପୂଜାହାରୀ, ସୂର୍ଯ୍ୟ ନାରାୟଣ ଦାସ, ନବଘନ ସାଣ୍ଢ, ପଞ୍ଚାନନ ବାରିକ, ନିରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଗୁରୁ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।