ଓଭରବ୍ରିଜରେ ଓଲଟିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍‌

0
49
ଓଭରବ୍ରିଜରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୮/୦୯) : କଟକ ଶିଖରପୁର ଛକରେ ଆଜି ଭୋରରୁ ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ । କଟକରୁ ଜଗତପୁର ଆଡ଼କୁ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଶିଖରପୁର ଓଭରବ୍ରିଜ ଅତତିକ୍ରମ କରୁଥିବା ସମୟରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ଗାଡ଼ିଟି ପ୍ରାୟ ୫ ଫୁଟ ତଳକୁ ଖସି ପଡ଼ିଥିଲା । ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୌଭାଗ୍ୟବଶଃତ ଉକ୍ତ ସମୟରେ ରାସ୍ତାରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଛି । ତେବେ ଏହି ଦୁର୍ଘଟଣା ପାଇଁ ଡ୍ରାଇଭରଜଣକ ରାସ୍ତର ଦୂରାବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ।

ସୂଚନାଯୋଗ୍ୟ, ଶିଖରପୁରରେ ଚାଲିଥିବା ଓଭରବ୍ରିଜ କାମ ଅସମ୍ପୂର୍ଣ୍ଣ ରହିଛି । ମାତ୍ର ଲଗାଣ ବର୍ଷା ହେତୁ ଆପ୍ରୋଚ ରୋଡ଼ରେ ପାଣି ଜମିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ତରବରିଆ ଭାବେ ଓଭରବ୍ରିଜ ରାସ୍ତାକୁ ଖୋଲି ଦିଆଯାଇଥିଲା । ମାତ୍ର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଲାଇଟ ବ୍ୟବସ୍ଥା ବି ହୋଇନି । ତେଣୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।