ଗଣଦୁଷ୍କର୍ମର ଶିକାର ହେବାପରେ ବିଷ ପିଇ ନାବାଳିକା ଗୁରୁତର

0
45
ଗଣଦୁଷ୍କର୍ମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୩/୦୯) : ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ନାବାଳିକାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପ୍ରେମିକ ଓ ଆଉ ୨ ଜଣ ଯୁବକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ସଦର ଥାନା ଅଧୀନ ଅମରା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତକାଲି ତାଙ୍କ ପ୍ରେମିକ ବୁଲି ଯିବାକୁ ଡାକିଥିଲେ । ନାବାଳିକା ଜଣଙ୍କ ପ୍ରେମିକ କଥାରେ ପଡ଼ି ତାଙ୍କ ସହିତ ଯାଇଥିଲେ । ତେବେ ପ୍ରେମିକ ଓ ଆଉ ୨ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଗଣଦୁଷ୍କର୍ମର ଶିକାର ହେବା ପରେ ଘରକୁ ଫେରି ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ । ବିଷପାନର କାରଣ ବାବଦରେ ପଚାରିବାରୁ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ । ଏ ବାବଦରେ ସଦର ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଦୀପ ସେନାପତି, ସୀତଂଶୁ ସେନାପତି ଓ ବିକାଶ ତପଶି ନାମକ ୩ ଜଣ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି ।