କଲେଜ ଅଧ୍ୟକ୍ଷ ନକଲି ଦସ୍ତଖତ କରି ଜାଲ ପାସ ପୋର୍ଟ ତିଆରି ଅଭିଯୋଗରେ ଥାନାରେ ମାମଳା

0
56
କଲେଜ ଅଧ୍ୟକ୍ଷ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଶୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷଙ୍କ ନକଲି ସିଲ ଓ ପତ୍ର ସଂଖ୍ୟା ପକାଇ ଜାଲ ଦସ୍ତଖତ କରି ପାସପୋର୍ଟ ତିଆରି କରିଥିବା ଅଭିଯୋଗ ବିନିକା ଥାନାରେ ହେବାରୁ ପୁଲିସ ଏକ ମକଦ୍ଦମା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି l

ଘଟଣାରୁ ପ୍ରକାଶ ଯେ, ଉକ୍ତ ଉଚ୍ଚ ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ କାନନ ବିହାରୀ ପଟ୍ଟନାୟକ ନିଜକୁ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଦର୍ଶାଇ ନକଲି ସିଲ, ପତ୍ର ସଂଖ୍ୟା ଓ ଅଧ୍ୟକ୍ଷଙ୍କ ନକଲି ଦସ୍ତଖତ ଦେଇ ୨୦୨୦ ମସିଆରେ ଏକ ପାସପୋର୍ଟ କରିଥିବା ଉକ୍ତ ବିଦ୍ୟାଳୟର ବର୍ତମାନର ଅଧ୍ୟକ୍ଷ ବନ ବିହାରୀ ମିଶ୍ର ଜାଣିବାକୁ ପାଇଥିଲ l ପରେ ସେ ବିନିକା ଥାନାରେ ଘଟଣା ବିଷୟରେ ଅଭିଯୋଗ କରିଛନ୍ତି l ପୁଲିସ ଥାନା କେସ ନ ୨୧୩/୨୩ ଅନୁସାରେ ମକଦ୍ଦମା ରୁଜ୍ଜୁ ତଦନ୍ତ ଜାରି ରଖିଛନ୍ତି l

ସୂଚନା ଯୋଗ୍ୟ ଯେ, ୨୦୧୫ ମସିହାରେ କାନନ ବିହାରୀ ପଟ୍ଟନାୟକ ଉକ୍ତ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡିବା ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଯାଇ ବନ ବିହାରୀ ମିଶ୍ରଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଥିଲା l ଏ ବିଷୟରେ ବିନିକା ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରହୀଙ୍କୁ ପଚାରିବାରୁ ଦୁଇ ଜଣଙ୍କ ଦସ୍ତଖତ ଆଣି ଭୁବନେଶ୍ୱର ଦସ୍ତଖତ ମେଚିଙ୍ଗ ବ୍ୟୁରୋକୁ ପଠାଯାଇ ସେଠାରୁ ରିପୋର୍ଟ ଆସିବାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l