ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

0
45
ବ୍ଲକସ୍ତରୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୩୦/୯) : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ସର୍ଗୁଣାମୁଣ୍ଡା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା :ରାମ ଶଙ୍କର ତ୍ରିପାଠୀ ଏବଂ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଏହି ଶିବିର ର ଶୁଭାରମ୍ଭ କରିଥିଲେ । ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସାର୍ଗୁଣIମୁଣ୍ଡା ଠାରେ ଅନୁଷ୍ଠିତ କରାଯାଇଅଛି l ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ DEIC ର RBSK Manager ବିଧୁଭୂଷଣ ପତି, ଅଭୟ ଲେଙ୍କା (Audiologist), ଡ଼ସୋମେଶ ରଞ୍ଜନ ପଣ୍ଡା (physiotherapist) ରତନ ବିଶ୍ୱାଳ (Special Educator) ଓ Dr ସତ୍ୟନାରାୟଣ ପଣ୍ଡା (Dentist ) Mr ଅଶ୍ୱିନୀ ଶତପଥି (Social worker) ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର RBSK ଟିମ୍ ର ଡ଼ ସରୋଜକୁ ପଟେଲ, ଡ଼ ଚିତ୍ତରଞ୍ଜନ ତ୍ରିପାଠୀ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରାଧାନାଥ ରଥ ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ମହିଳା ସ୍ୱାସ୍ଥ୍ୟ ସସ୍ମିତା ସୁନା, ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ ।

workout