ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ

0
56

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୧୦) : ଆଜି ପଦ୍ମପୁର ଯୁଗଳ କିଶୋର ମନ୍ଦିର ପରିସରରେ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି ।ସାମାଜିକ ସଦଭାବନା

ଏଥିରେ ମୁଖ୍ୟ ବକ୍ତା ଭାବେ ଗୁଣପୁର ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଶ୍ରୀ ନରସିଂହ ପଟ୍ଟନାୟକ ଯୋଗଦେଇ ହିନ୍ଦୁ ଧର୍ମ ଓ ସନାତନ ଧର୍ମ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଗୋପାଳକୃଷ୍ଣ ଦେବପାତ୍ର , ଆଦିତ୍ୟ ବାହିନୀର ପ୍ରାନ୍ତ ଉପସଭାପତି ଶ୍ରୀ ତ୍ରିପତି ମହାନ୍ତି ଉପସ୍ଥିତ ରହି ସମାଜ, ବ୍ୟକ୍ତି, ରାଷ୍ଟ୍ର, ହିନ୍ଦୁଧର୍ମ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ଦିନକୁ ଦିନ ସନାତନ ଧର୍ମ ଲୋପ ପାଇବାକୁ ବସିଥିବା ବେଳେ ଏହାର ପ୍ରଚାର ପ୍ରସାର କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ରାକେଶ ପଣ୍ଡା (ବୌଦ୍ଧିକ ପ୍ରମୁଖ) ପରିଚାଳନା କରିଥିବା ବେଳେ ରାଧାକୃଷ୍ଣ ସାହୁ, ବଂଶୀଧର ପାଣିଗ୍ରାହୀ ଓ ବିଦ୍ୟାଧର ଶବର (ଆଦିବାସୀ ସଂଘର୍ଷ ମୋର୍ଚ୍ଚା ସଭାପତି) ପ୍ରମୁଖ ସହଯୋଗ କରିଥିଲେ ।