ଜି.ଆର୍.ଏସ୍ ସୁଶିଲ କୁମାର ମହାନ୍ତି ହତ୍ୟାକାଣ୍ଡରେ ନୂଆ ମୋଡ଼

0
50
ଜି.ଆର୍.ଏସ୍

ରିପୋର୍ଟ : ରାକେଶ ମହାରଣା
ବେଗୁନିଆପଡା, (୧୧/୧୦) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରୀବାଡ଼ି ଗ୍ରାମରେ ଗତ ୦୩.୧୦, ୨୦୨୩ ରିଖ ରେ ଘଟିଥିବା ଜି.ଆର୍.ଏସ୍ ସୁଶିଲ କୁମାର ମହାନ୍ତି ହତ୍ୟାକାଣ୍ଡର ପର୍ଦାଫାଶ ହେବା ପରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି ।ଜି.ଆର୍.ଏସ୍

ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ଘଟଣା ହୋଇଥିବାରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ବେଗୁନିଆପଡା ଥାନାରେ ହୋ ହାଲ୍ଲା କରିଛନ୍ତି କନ୍ୟାରୀବାଡ଼ି ଗ୍ରାମର ଶତାଧିକ ମହିଳା, ପୁରୁଷ । ମୁଖ୍ୟ ହତ୍ୟାକରୀ ସୁମଣ୍ଡଳ ଭାଲ୍ୟାଝର ଗ୍ରାମ ମହୋନପୁର ସାହିର ମନୋଜ କୁମାର ସାହୁ ଦୋଷୀ ସାବସ୍ତ୍ୟ ହୋଇ ଗିରଫ ହେବାପରେ ଏବେ ଜେଲରେ ଥିବାବେଳେ ଗ୍ରାମର ଲୋକ ଥାନାରେ ପହଞ୍ଚି ଜୈନିକ ମହିଳାଙ୍କ ଗିରଫ ନିମନ୍ତେ ଦାବୀ କରିଛନ୍ତି । କନିଆରୀବାଡ଼ି ଗ୍ରାମର କିଛି ମୁଖିଆଙ୍କୁ ଡାକି ଆଇଆଇସି ମନୋଜ ମଞ୍ଜରୀ ନାୟକ ଆଲୋଚନା କରିଥିଲେ । ଆସନ୍ତା ସାତ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।