ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

0
41
ହାତୀ ଉପଦ୍ରବରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୪/୧୦) : ବାଙ୍କୀ ଡମପଡା ବ୍ଲକ କୂଅମଡ଼ାରେ ହାତୀ ଉପଦ୍ରବ। ଚନ୍ଦକା-ଡମପଡା ଅଭୟାରଣ୍ୟରୁ ୧୬ ଟିକିଆ ହାତୀପଲ ଚାଲି ଆସିଛନ୍ତି ।

କୂଅମଡ଼ା ଗାଁ ନିକଟରେ ଥିବା ଧାନ ବିଲରେ ପଶି ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଉଡ଼ାଇବା ପରେ ହାତୀପଲ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଫେରି ଯାଇଥିବା ସୂଚନା । କୂଅମଡ଼ା ଅଞ୍ଚଳରେ ବିଲରେ ଏବେ ଧାନ ସବୁ ଫୁଲ ହୋଇ କେଣ୍ଡା ବାହାରୁଥିବାବେଳେ ହାତୀପଲଙ୍କ ଉପଦ୍ରବକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।