୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୪ ଗିରଫ

0
52
୧ କ୍ୱିଣ୍ଟାଲରୁ ଅଧିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୧୦) : ଭୁବନେଶ୍ୱରରୁ ୧ କ୍ୱିଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍‌ ।

ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର୍ ଜବତ କରିଛି ପୁଲିସ୍ । ଏହି ଗଞ୍ଜେଇ ଫୁଲବାଣୀରୁ କୋଲାକାତା ଚାଲାଣ ହେଉଥିଲା । ଅଭିଯୁକ୍ତମାନେ ପୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରର ନୂଆଗାଁ ଅଞ୍ଚଳରେ ଏକ ଘରେ ରଖୁଥିଲେ । ସେଠାରୁ ଦୁଇଟି କାର୍‌ରେ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ହେଲେ ଏଥର ପୁଲିସ୍ ହାତରେ ଧରାପଡ଼ି ଯାଇଛନ୍ତି । ଏକ କାରରେ ସେମାନେ ଗଞ୍ଜେଇ ନେଇ କୋଲକାତା ଅଭିମୁଖେ ବାହାରିଥିବା ବେଳେ ବାଟରେ ସେମାନଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍‌ର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ । ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିର ଚଢ଼ାଉ କରାଯାଇ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଏମିତି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।