ମା ଗଜଲକ୍ଷ୍ମୀଙ୍କ ଅନ୍ନ ପ୍ରସାଦ ପାଇବା ପାଇଁ ପ୍ରବଳ ଭିଡ

0
57
ମା ଗଜଲକ୍ଷ୍ମୀଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୧୦) : ରାୟଗଡା ସଦରମହକୁମାସ୍ଥିତ ନିୟୁ କଲୋନୀ ରେ ମହା ଆଡ଼ମ୍ବରରେ ପାଳିତ ହେଉଛି ମା ଗଜଲକ୍ଷ୍ମୀ ପୁଜାWhatsApp Image 2023-10-29 at 17.52.42

କୁମାର ପୂର୍ଣ୍ଣିମା ଠାରୁ ଝଂଯାବତି ନଦୀରୁ ପବିତ୍ର ଜଳ ଅଣାଯାଇ କଳସ ଯାତ୍ରା ସହ ଜଗନ୍ନାଥ ମନ୍ଦିର ମା ମହାଲକ୍ଷ୍ମୀ ମନ୍ଦିର ରୁ ଆଜ୍ଞାମାଳ ଆଣିବା ପରେ ଆରମ୍ଭ ହୋଇଛି ମା ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ପ୍ରାୟ ୧୦ ଦିନ ପର୍ୟ୍ୟନ୍ତ ମା ଗଜଲକ୍ଷ୍ମୀ ପୂଜା ପାଇବେ ପୂଜା ମଣ୍ଡପରେ ଆସନ୍ତା ୮ତାରିଖରେ ମା ଗଜ ଲକ୍ଷ୍ମୀଙ୍କ ମେଲାଣି ଉତ୍ସବ ବୋଲି ସୁଚନା ଦେଇଛନ୍ତି ପୂଜା କମିଟି । ଏହି ଶୁଭ ଅବସରରେ ମା ଗଜଲକ୍ଷ୍ମୀ ଦର୍ଶନ ଏବଂ ଅନ୍ନ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ବର୍ଷକୁ ଥରେ ମା ଗଜଲକ୍ଷ୍ମୀ ଙ୍କ ଅନ୍ନ ପ୍ରସାଦ ପାଇବାର ସୁଯୋଗ ମିଳିଥାଏ ଏହି ପୂଜା ମଣ୍ଡପରେ ।

କିନ୍ତୁ, ଏକା ଥରେ ପ୍ରବଳ ଭିଡ଼ ହେଉଥିବା ଏବଂ ଖରାରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହିବା ନେଇ ଲୋକେ ଅସନ୍ତୁଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ବରିଷ୍ଠ ନାଗରିକ, ଛୋଟ ପିଲା ଏବଂ ମହିଳା ଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇ ନାହିଁ । ଘଂଟା ଘଂଟା ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ପଛରେ ଆସୁଥିବା ଲୋକଙ୍କୁ ପ୍ରଥମେ ମିଳି ଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଉପରେ ପୂଜା କମିଟି ସଦସ୍ୟଙ୍କୁ ପଚାରି ବୁଝିବାରୁ ପ୍ରଥମ ଦିନ ବୋଲି ଟିକିଏ ବିଳମ୍ବ ହେଉଛି, ଆଗକୁ ସମସ୍ତ ପ୍ରକାର ବ୍ୟବସ୍ଥା ସୁରୁଖୁରୁରେ କରାଯିବ ବୋଲି କହିଛନ୍ତି ।