ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳିତ

0
41
ବିପର୍ଯ୍ୟୟ ପ୍ରଶମନ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୯/୧୦) : ବାଲିଗୁଡା ବିଜ୍ଞାପିତଅଞ୍ଚଳ ପରିଷଦ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ସ୍ଥାନୀୟ ସମ୍ବଳିନୀ କକ୍ଷରେ ଅନୁଷ୍ଠିତ ହୋଇଛି ।

ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା, ଭୁକମ୍ପ, ବଜ୍ରାଘାତ ସମୟରେ କିପରି ଜନସାଧାରଣ ଙ୍କୁ ସୁରକ୍ଷା ଦେଇ ହେବ ସେନେଇ ବୈଠକରେ ଆଲୋଚନା ପାଇଛି । ଏନଏସି ସିଓ ମିନାକ୍ଷୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ କାଉନସିଲର ଶଶିକୁମାରଦିଗାଲ, ମିନତୀନାୟକ ବିଭୁତିଲହରିଆ, ଗୀତାମଳିକ ଅଜୟ କୁମାର ଦିଗାଲ, ଆଲୋକ ନାୟକ ସମେତ ସ୍ୱୟଂସହାୟକ ଗୋଷ୍ଠୀ ମହିଳା, ଏନଏସି କର୍ମଚାରୀ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସେମାନଙ୍କ ମତ ପ୍ରଦାନ କରିଥିଲେ ଥିଲେ ।