ଗୁଣପୁର ସହରରେ ହାତୀ ଆତଙ୍କରାଜ

1
61
ଗୁଣପୁର ସହରରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩/୧୧) : ବର୍ତ୍ତମାନ ସହର ମୁହାଁ ହୋଇଛନ୍ତି ଦୁଇଟିକିଆ ହାତୀପଲ । ସେଫାଳି ପାହାଡ଼ ନିକଟରେ ହୋଇଥିବା ପାଚିଲା ଧାନ ଫସଲ ନଷ୍ଟ କରିଦେଇଛନ୍ତି ।WhatsApp Image 2023-11-03 at 09.41.45

ଏହାଦେଖି ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୁଇଟିକିଆ ହାତୀ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ଭୀମପୁରଠାରୁ ଆରମ୍ଭ କରି ରୁପାପଦର, ସାମ୍ପିନି, ଗାଡ଼ିଆବାଙ୍ଗ , ସୌରା ପ୍ରଧାନୀଗୁଡ଼ା ଦେଇ ସେଫାଳି ପାହାଡ଼ ପର୍ଯ୍ୟନ୍ତ ହାତୀଙ୍କ ଏକ ସୁରକ୍ଷା କରିଡ଼ର ରହିଛି । ତେଣୁ ସେମାନେ ଏହି ରାସ୍ତାରେ ଖାଦ୍ୟ ଓ ପାଣି ଅନ୍ଵେଷଣରେ ଚଳପ୍ରଚଳ କରୁଛନ୍ତି । ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି । ବିଭାଗ ପକ୍ଷରୁ କଡ଼ାନଜର ରଖାଯାଇଛି । ଭୟଭୀତ ନହୋଇ ସଚେତନ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ଦୁଇଟି ହାତୀ ସହର ମଧ୍ୟରେ ଥିବା ସେଫାଳି ପାହାଡ଼ ନିକଟରେ ଚଳପ୍ରଚଳ କରିବାସହ ଆତଙ୍କ ସୃଷ୍ଟି କରିଛନ୍ତି । ହନୁମାନ ମନ୍ଦିର ନିକଟ ହାଉସିଂବୋର୍ଡର ଜାବେଲ ଶବରଙ୍କ ଜମିରେ ପଶି ଧାନ ଫସଲ ନଷ୍ଟ କରିଥିଲେ । ଆଉ କିଛିଦିନ ପରେ ସେ ଫସଲ ଅମଳ କରିଥାନ୍ତେ । ଆଜି ସକାଳେ ଶ୍ରୀ ଶବର ଜମିକୁ ଯାଇଥିବା ବେଳେ ହାତୀ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। କ୍ଷତିପୂରଣ ଯୋଗାଇ ଦେବାକୁ ସେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

1 COMMENT

Comments are closed.