ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0
55
ଆମ ଓଡିଶା ନବୀନ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୭/୧୧) : କନ୍ଧମାଳ ଜିଲ୍ଲାରେ ସମସ୍ତ ୧୨ ଟି ବ୍ଲକରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହା ରାଇକିଆ ବ୍ଲକ ର କଲେଜ ଷ୍ଟାଡିୟମ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 06 At 19.55.31

ସିଧା ପ୍ରସାରଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି କେ ପାଣ୍ଡିୟନ୍ ରାଇକିଆ ବ୍ଲକ୍ ର ୧୨ ଗୋଟି ପଞ୍ଚାୟତ ପାଇଁ ୧୫୧ ପ୍ରକଳ୍ପର ପ୍ରତ୍ୟେକ ପଞ୍ଚାୟତ ପାଇଁ ୫୦ ଲକ୍ଷ୍ୟ ଲେଖାଏଁ ୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ । ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହି ଭିଡିଓ କନଫେରଂସ୍ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନା କରିବା ସହ ଜି ଉଦୟଗିରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବ୍ଲକ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମ ରେ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଫାଇଭ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।Whatsapp Image 2023 11 06 At 19.55.30

ରାଇକିଆ ବିଡ଼ିଓ ସିମାଞ୍ଚଳ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ରଣଜିତ, ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ୧୮ ନ ଜିଲ୍ଲାପରିଷଦ ସଭ୍ୟା ମମତା ରାଣୀ ନାୟକ, ତହସିଲଦାର ସୁଭଦ୍ରା ମୁଣ୍ଡିକା, ରେଂଜର ମାଣିକେଶ୍ବରୀ ପଟନାୟକ, ଏବିଇଓ ସିମାଦ୍ରି କହଁରଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।