ବଢିବ ଶୀତ, ୩ ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ

0
60
ବଢିବ ଶୀତ,

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୧୧) : ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । କମିବ ରାତିର ସର୍ବନିମ୍ନ ତାପମାତ୍ରା । ୩ ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ ।

ରାତିର ତାପମାତ୍ରା କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଓ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି । ଦୀପାବଳିକୁ ପାଗ ଶୁଖିଲା ଓ ଖରାଟିଆ ରହିବ । ଆକଳନ କରାଯାଉଛି, ଭୁବନେଶ୍ବର ସମେତ ଉପକୂଳରେ ଆଜିଠୁ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରୀକୁ କମିବ । ୨ ଦିନ ପରେ ଅର୍ଥାତ ୧୦ ତାରିଖରୁ ବଢ଼ି ପୁଣି ଥଣ୍ଡା କମିବ । ୧୪ ରୁ ୧୬ ତାରିଖ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ କମିବା ବେଳେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ କମିପାରେ ।