ବିଦ୍ଯୁତ ଆଘାତ ପାଇଥିବା ବ୍ଯକ୍ତିଙ୍କୁ ସହାୟତାର ହାତ ବଢାଇଲେ ମୈତ୍ରୀ କମ୍ପାନୀ ଅଧ୍ଯକ୍ଷ

0
78
ଚିକିତ୍ସା ସଫଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୯/୧୧) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ଶାଗବରୀ ଗ୍ରାମର ୩୫ ବର୍ଷୀୟ ଲୋକନାଥ ମାଝୀ, ଖଟିଖିଆ ଦିନ ମଜୁରିଆ, ୬ ଜଣ ପରିବାରରେ ସ୍ତ୍ରୀ ଓ ଚାରି ଛୁଆ ।Whatsapp Image 2023 11 09 At 11.40.02

କିଛି ମାସ ପୂର୍ବେ ଲାଇନମେନ ଭାବେ ଇଲେକ୍ଟ୍ରି କାମ କରୁଥିଲେ ଦୁର୍ଭାଗ୍ୟ ବସତଃ ମୁଖ୍ୟ ବିଦୁତ ତାର ସଂସ୍ପସରେ ଆସିଯିବା, ଫଳରେ ତାଙ୍କ ହାତ, ଗୋଡ ଓ ମୁଣ୍ଡ ପ୍ରାୟ ଜଳି ଯାଇଥିଲା । ଗ୍ରାମବାସୀ ଓ ଲୋକନାଥଙ୍କ କହିବାନୁଯାୟି ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, କୋରାପୁଟ ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମହପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପରିଶେଷରେ କଟକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯିବା ପରେ ମଧ୍ୟ ସ୍ଵାସ୍ଥ୍ୟ ବସ୍ତାରେ ସୁଧାର ଆସି ନ ଥିଲା । ଅର୍ଥର ଅଭାବହେତୁ ଉନ୍ନତ ମାନର ଚିକିତ୍ସା ମିଳି ପାରି ନ ଥିଲା । ସେ ନିଜ ଘରେ ଅନେକ ଦିନରୁ ଅତି ସଙ୍କଟ ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ଶରୀର ପଚି ଜୀବାଣୁ ସୃଷ୍ଟି ହେବାରେ ଲାଗିଥିଲା । ଶାଗବରୀ ଗ୍ରାମର କିଛି ସହୁଦ ବ୍ୟକ୍ତି ବିଶେଷ ମୈତ୍ରୀ ମାଇନିଂ ଲିମିଟେଡ କମ୍ପାନୀ ଅଧ୍ୟକ୍ଷ ଶ୍ରୀ ଶ୍ରୀନୁବାସ ରାଓଙ୍କୁ ସାକ୍ଷାତ୍ କରି ଲୋକନାଥଙ୍କ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ।

ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ରାଓ ତୁରନ୍ତ ସାହାଯ୍ୟର ହତାବଢ଼ାଇ ଲୋକନାଥଙ୍କୁ ବିଶାଖାପାଟଣା ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରି ଉନ୍ନତ ମାନର ଚିକିତ୍ସା ପାଇଁ ଦଶ ଲକ୍ଷ୍ ଟଙ୍କାର ସମ୍ପୂର୍ଣ ଅର୍ଥ ବହନ କରି ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ସହ ସଫଳ ଅସ୍ତ୍ର ପ୍ରଚାର କରାଇଥିଲେ । ପରିବାର ବର୍ଗ ଏବଂ ଗ୍ରାମବାସୀ ଶ୍ରୀ ଶ୍ରୀନିବାସ ରାଓ ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ରାଓଙ୍କ ଏହିଭଳି ପର ଦୁଃଖ କାତରତା ମନଭାବ ଏବଂ ସହୁର୍ଦ୍ଦୟ ବ୍ୟକ୍ତି ଙ୍କ ବ୍ୟକ୍ତିତ୍ଵ ଦେଖି ସ୍ଥାନୀୟ ଅଞ୍ଚଳ ଏବଂ ରାୟଗଡା ଜିଲ୍ଲାରେ ପ୍ରସଂଶା କରିବା ସହ ଆଶିର୍ବାଦ ଦେଉଛନ୍ତି ବୁଦ୍ଧିଜୀବି ।