ବିଶ୍ୱ ହିନ୍ଦୁ ପରିଷଦର ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

0
41
ବିଶ୍ୱ ହିନ୍ଦୁ ପରିଷଦ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୧୧) : ଆଜି ଗଜପତି ଜିଲ୍ଲା କାଶୀନଗର ଗଜପତି ପାଠାଗାର ଠାରେ ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲା ଶାଖା ତରଫରୁ କାଶୀନଗର ବ୍ଲକ ଓ ଏନ ଏ ସି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ସଭାପତି କୈଳାସ ମାହାଙ୍କୁଡ, ଦେଉ ମଠ ର ମହନ୍ତ ଶ୍ରୀ ରାମାନୁଜ ମହାରାଜ, ମହନ୍ତ ଶ୍ରୀ ପଦ୍ମ ଚାରଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଆପ୍ପାରାଓ, ଓ ବଜରଙ୍ଗ ଦଳର ନେତୃତ୍ୱଙ୍କ ଉପସ୍ତ୍ତିତ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାଶୀନଗର ସହରର ସମାଜ ସେବୀ ତଥା ଗଜପତି ପାଠାଗାର ସଭାପତି ଶ୍ରୀ ରମା କାନ୍ଥ ପାତ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ସୁଜନ କୁମାର ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ, ଏହି ବୈଠକ ର ମୁଖ୍ୟ ଉଧେଶ୍ୟ ହେଲା ଆଗାମୀ ଜାନୁଆରୀ ୨୧ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମସ୍ତଙ୍କ ଭାଗିଦାରୀ ରହିଛି ସେହିଭଳି ପ୍ରତିଷ୍ଠା ଦିନ ସମସ୍ତେ ନାମ ଯଜ୍ଞ୍ ଓ ଦୀପାବଳି ଭଳି ସମସ୍ତ ହିନ୍ଦୁ ମାନେ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀ ରାମାନୁଜ ଜି କହିଥିଲେ । ଶ୍ରୀ ରମାକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ ।